www.samajalive.in
Sunday, December 14, 2025
26.1 C
Bhubaneswar

ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସମୀକ୍ଷା ବୈଠକ

ନବରଙ୍ଗପୁର: ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ୨୦୧୮ ବ୍ୟାଚର ଯୁବ ଆଇଏଏସ ଅନ୍ୟା ଦାସ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ବାରିପଦାର ଉପଜିଲାପାଳ ଥିଲେ। ସେ ଯୋଗଦେବା ପରେ ପ୍ରଥମଥର ପାଇଁ ଆଜି କ୍ଷେତ୍ର ପରିଦର୍ଶନ କରି ପାପଡ଼ାହାଣ୍ଡିବ୍ଲକର ପାତ୍ରୀ, ମକିଆ ଓ ସିରସି ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ। ସେ ଉପସ୍ଥିତ ବିଡିଓ ରଞିତା ମଲ୍ଲିକ, ସହକାରୀ ଯନ୍ତ୍ରୀ ଓ କନିଷ୍ଠଯନ୍ତ୍ରୀଙ୍କୁ କର୍ମନିଯୁକ୍ତି ଯୋଜନାରେ ଜବ୍‌‌କାର୍ଡଧାରୀଙ୍କୁ ଅଧିକ ମଜୁରୀ କାର୍ଯ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ କରିବା ସହିତ ସଠିକ ସମୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ୫-ଟି ବିଦ୍ୟାଳୟ, ଅମୃତ ସରୋବର ଓ ମାଟି କାମ ଇତ୍ୟାଦି ଦେଖିଥିଲେ। ଏହାପରେ ଅପରାହ୍ନରେ ଜିଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷ ଠାରେ ଜିଲାର ସମସ୍ତ ବ୍ଲକ ଓ ଲାଇନ ବିଭାଗର ସମୀକ୍ଷା କରିଥିଲେ। ଏଥିରେ ଜିଲାର ସମସ୍ତ ବିଡିଓ, ସହକାରୀ କାର୍ଯ୍ୟନିର୍ବାହୀ, ସହାକାରୀ ଯନ୍ତ୍ରୀ ଓ ଲାଇନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories