www.samajalive.in
Saturday, December 13, 2025
26.1 C
Bhubaneswar

ବିଭିନ୍ନ ଅନୁଷ୍ଠାନରେ ମାଣ୍ଡିଆ ଦିବସ ପାଳିତ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ସମସ୍ତ ଶିକ୍ଷାଅନୁଷ୍ଠାନ ଓ ବିଭାଗୀୟ କାର୍ୟ୍ୟାଳୟ ମାନଙ୍କରେ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଡଃ.ଉଦୟନାଥ ମାଝୀଙ୍କ ସୂଚନା ଅନୁଯାୟୀ ଜିଲ୍ଲାର ସମସ୍ତ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ, ଯୁକ୍ତ +୨ ମହାବିଦ୍ୟାଳୟ, ନବୋଦୟ ଓ କେନ୍ଦ୍ରୀୟ ବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ ମାନଙ୍କରେ ମହାସମାରୋହରେ ମାଣ୍ଡିଆ ଦିବସ ପାଳିତ କରିଛନ୍ତି। ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଣ୍ଡିଆ କ୍ଷୁଦ୍ରଶସ୍ୟ ଓ ତାର ଉପକ ରିତା ବିଷୟରେ ଅବଗତ କରାଯାଇଛି ଓ ମାଣ୍ଡିଆକୁ ଖାଦ୍ୟ ଓ ପାନୀୟ ଭାବରେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ୨୦୨୩କୁ ଅନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ରୂପେ ପାଳିତ କରାଯାଉଥିବାରୁ ଏଥରେ ଶିକ୍ଷାନୁଷ୍ଠାନ ମାନକରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ରହିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଡଃ.ମାଝୀ ସୂଚନା ଦେଇଥିଲେ। ଏହା ଆଗାମୀ ଦିନରେ ସ୍ମାର୍ଟ ଫୂଡ଼ ରୂପେ ଆଦୃତ ହେବ ବୋଲି ଆଶା ପ୍ରକାଶ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories