www.samajalive.in
Saturday, December 13, 2025
26.1 C
Bhubaneswar

ଜଳ ସମସ୍ୟା ଦୂର ପାଇଁ ଜନପ୍ରତିନିଧିଙ୍କ ସାହି ପରିଦର୍ଶନ

ମୋହନା: ସ୍ଥାନୀୟ ପଞ୍ଚାୟତର ବିଭିନ୍ନ ସାହିରେ ଦିନକୁ ଦିନ ଲୋକେ ପାନୀୟ ଜଳର ଉତ୍କଟ ଅଭାବ ଅନୁଭବ କରୁଛନ୍ତି। ପାଇପ ଯୋଗେ ପାନୀୟ ଜଳ ଲୋକଙ୍କ ଚାହିଦାକୁ ପୂରଣ କରିବାରେ ବିଫଳ ହେଉଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ଅଧିକା ଅର୍ଥ ବ୍ୟୟ କରି ଟ୍ୟାଙ୍କର ଯୋଗେ କିଛି ସାହିକୁ ନଦୀର ଦୂଷିତ ଜଳ ଯୋଗାଣ ହେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ସେହି ଜଳକୁ ଲୋକେ କେବଳ ବାସନକୁସନ ମାଜିବା, ସ୍ନାନ ଓ ଶୌଚ଼ ପାଇଁ ବ୍ୟବହାର କରୁଛନ୍ତି। କିଛି ଲୋକ ବାଧ୍ୟ ହୋଇ ସେହି ଦୂଷିତ ଜଳ ପିଇ ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଭଳି ସମସ୍ୟାକୁ ଦୂର କରିବା ପାଇଁ ସ୍ଥାନୀୟ ସରପଞ୍ଚ ସୁନିତା ମଳିକ, ସମିତି ସଭ୍ୟ ବାଳକୃଷ୍ଣ ମଳିକ, ଆରଡବ୍ଲ୍ୟୁଏସଏସ କନିଷ୍ଠ ଯନ୍ତ୍ରୀ (୧) ପଦ୍ମନାଭ ଖଣ୍ଡାଇ, ସାମ୍ବାଦିକ ଓ କିଛି ଗ୍ରାମବାସୀ ନଦୀ ଗଳି (ମିଲ ସାହି) ଓ ମାଣିକେଶ୍ଵରୀ ସାହି (ମନ୍ଦିର ନିକଟ)କୁ ଯାଇ କେଉଁ କେଉଁ ସ୍ଥାନରେ ୮ଇଞ୍ଚିଆ ବୋର ଖୋଳାଯାଇ ସାହି ବାସିନ୍ଦାକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଇ ପାରିବ ସେହି ସ୍ଥାନ ଗୁଡ଼ିକୁ ପରିଦର୍ଶନ ଓ ଜାଗା ଚିହ୍ନଟ କରିଛନ୍ତି। ଅଳ୍ପ ଦିନ ମଧ୍ୟରେ ସାହି ବାସିନ୍ଦାଙ୍କ ଜଳକ୍ଳିଷ୍ଟ ଦୂର କରାଯିବ ବୋଲି ସରପଞ୍ଚ ଓ ଅଧିକାରୀ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories