www.samajalive.in
Saturday, December 13, 2025
26.1 C
Bhubaneswar

ଅପହୃତ ଯୁବକ ଉଦ୍ଧାର: ଅଭିଯୁକ୍ତ ଗିରଫ, ୧୩ ଜୀବନ୍ତ ଗୁଳି ଜବତ

ମୋହନା: ଅପହୃତ ଯୁବକଙ୍କୁ ଉଦ୍ଧାର। ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ତା’ନିକଟରୁ ୧୩ ଟି ଜୀବନ୍ତ ଗୁଳି ଓ ଗୋଟିଏ ପଲ୍ସର୍ ବାଇକ ପୁଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମେଦିନିପୁର ଟାମଣା ଅଞ୍ଚଳର ଅନିଲ୍ କୁମାର ଦାସ। ଏଭଳି ଘଟଣା ଘଟିଛି ଗଜପତି ଜିଲା ଅଡ଼ବା ଥାନା ଅଞ୍ଚଳରେ।
ପୁଲିସ ସୂଚନା ଅନୁଯାୟୀରେ ଚୁଡଙ୍ଗପୁର ଗ୍ରାମର ମୁକ୍ତ ପରିଛା ନାମକ ଜଣେ ବ୍ୟକ୍ତି ଗଞ୍ଜାମ ଜିଲା ଅଧୀନ ଚିକିଟି ଥାନା ଅଞ୍ଚଳର ଜିତୁ ପ୍ରଧାନ ଠାରୁ କୌଣସି ବ୍ୟବସାୟ କରିବା ପାଇଁ ୪ ଲକ୍ଷ ୫୦ ହଜାର ଟଙ୍କା ଆଣିଥିଲେ। କିନ୍ତୁ ତାଙ୍କୁ ଠିକ୍ ସମୟରେ ଟଙ୍କା ଫେରାଇ ପାରିନଥିଲେ। ତେଣୁ ଜିତୁ ସହ ତାଙ୍କର ଆଉ ଜଣେ ସାଙ୍ଗ ରାଜ୍ ୦୬/୧୧/୨୨ରେ ଗୋଟିଏ ପଲ୍ସର୍ ବାଇକ୍ ନଂ ଓଡିଠ୭୫୫ଠ୬ ଯୋଗେ ମୁକ୍ତଙ୍କ ଘରକୁ ଆସିବାରୁ ମୁକ୍ତ ସେମାନଙ୍କୁ ୩ ଲକ୍ଷ ୫୦ ହଜାର ଟଙ୍କା ଫେରାଇ ଦେଇଥିଲେ। ତେବେ ଜିତୁ ଓ ରାଜ୍ ମୁକ୍ତକୁ ମୋହନା ଯିବା ବୋଲି କହି ଜୋର ଜବରଦସ୍ତ ବ୍ରହ୍ମପୁର ନେଇଯାଇଥିଲେ। ତାପରେ ଚିକିଟି ଏବଂ ପରେ ବାଲୁଗାଁ ଜଙ୍ଗଲକୁ ନେଇ ମାରପିଟ କରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ମୁକ୍ତଙ୍କ ସ୍ତ୍ରୀ ଝରଣାକୁ ଫୋନ କରି ବଳକା ଟଙ୍କା ନେଇ ଆସ ନଚେତ୍ ମୁକ୍ତକୁ ହତ୍ୟା କରିବୁ ବୋଲି ଧମକ ଦେଇଥିଲେ। ତେଣୁ ମୁକ୍ତଙ୍କ ସ୍ତ୍ରୀ ଝରଣା ଏନେଇ ୭/୧୧/୨୨ ରାତିରେ ଅଡ଼ବା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏବାବଦରେ ଅଡ଼ବା ଥାନା କେସ ନଂ- ୧୩୬ ପ୍ରକାରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା ।ମୋବାଇଲ ନମ୍ବରକୁ ଟ୍ରାକ କରି ୦୯/୧୧/୨୨ ତାରିଖରେ ବାଲୁଗାଁରେ ପହଞ୍ଚି ଥିଲା ପୁଲିସ। ତେବେ ସେହି ବାଇକରେ ଜଣେ ଯୁବକ ଆସୁଥିବା ଦେଖି ସେଠାରେ ଉକ୍ତ ଯୁବକକୁ କାବୁ କରିଥିଲା ଅଡ଼ବା ପୁଲିସ। ତାଠାରୁ ୧୩ଟି ଜୀବନ୍ତ ଗୁଳି ଜବତ କରିବା ସହ ତାକୁ ପଚରାଉଚରା କରି ବାଲୁଗାଁ ଜଙ୍ଗଲରୁ ଅପହୃତ ଯୁବକଙ୍କୁ ମଧ୍ୟ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା।
ତେବେ ଏହି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଗଞ୍ଜାମ ଜିଲା ଚିକିଟି ଥାନା ଅଞ୍ଚଳର ଜିତୁ ପ୍ରଧାନ ଓ ଅନ୍ୟ ଜଣେ ସହଯୋଗୀ ରାଜ ସହ ଗୋଳନ୍ଥରା ଥାନା ଟାମଣା ଅଞ୍ଚଳର ଶରତ ଚନ୍ଦ୍ର ପ୍ରଧାନକୁ ମଧ୍ୟ ଯଥାଶୀଘ୍ର ଗିରଫ କରାଯିବ ବୋଲି ଅଡ଼ବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories