www.samajalive.in
Sunday, December 14, 2025
26.1 C
Bhubaneswar

୧୦ଦିନରେ ପହଞ୍ଚିଲା କ୍ରସର ବିରୋଧି ଆନ୍ଦୋଳନ

ହରଭଙ୍ଗା : ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁଠାରେ ଚାଲିଥିବା କ୍ରସରବିରୋଧି ଆନ୍ଦୋଳନ ଗୁରୁବାର ଦଶମଦିନରେ ପଂହଚିଛି । ଆଜି ମାର୍ଗଶୀର ମାସ ଗୁରୁବାର ଥିବାରୁ ଧାରଣାରେ ସାମିଲଥିବା ମହିଳାମାନେ ଲକ୍ଷ୍ମୀପୁରାଣ ପଠନ କରିଥିବା ଦେଖିବାକୁ ମିଳିଛି । ଅପରାହ୍ନରେ ଆଜି ବୌଦ୍ଧ ଉପଜିଲ୍ଲାପାଳ ସନତ କୁମାର ନାଏକ ଏବଂ ହରଭଙ୍ଗା ତହସିଲଦାର ଶମ୍ଭୁଭୁଷଣ ମିଶ୍ର ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ତୃତୀୟଥର ପାଇଁ ଆଲୋଚନା କରିଥିବା ଜଣାପଡିଛି। ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରତିନିଧି ଆସିଥିବା ଉପଜିଲ୍ଲାପାଳ ଆନ୍ଦୋଳନକାରୀଙ୍କୁ ବୁଝେଇବା ସହିତ ଆନ୍ଦୋଳନକୁ ବନ୍ଦ କରି ସିଧାସଳଖ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବାକୁ କହିଥିଲେ। ମାତ୍ର ଆନ୍ଦୋଳନକାରୀ, ଜିଲ୍ଲାପାଳ ଆନ୍ଦୋଳନ ସ୍ଥଳକୁ ଆସି ଆମ ସହିତ ଆଲୋଚନା କରନ୍ତୁ ବୋଲି ଉପଜିଲ୍ଲାପାଳଙ୍କୁ କହିଥିଲେ। ନଚେତ୍‌ ସମୟ ଧାର୍ଯ୍ୟ କରି ଆମକୁ ପତ୍ର ମାଧ୍ୟମରେ ଜଣାଇଲେ ଆମେ ଆଲୋଚନାକୁ ଯିବୁ ବୋଲି କହିଥିଲେ। ମାତ୍ର ଯେତେବେଳ ପର୍ଯ୍ୟନ୍ତ ଖରଭୁଇଁଠାରେ କ୍ରସର ଓ ପଥର କ୍ୱାରୀ ବନ୍ଦ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସେମାନେ ସଫା ସଫା ଉପଜିଲ୍ଲାପାଳଙ୍କୁ ଶୁଣାଇଥିଲେ। ଗୋଟିଏପଟେ ନିଜ ଜିଦ୍‌ରେ ଆନ୍ଦୋଳନକାରୀ ଅଟଳ ଥିବାବେଳେ ଜିଲ୍ଲାପ୍ରଶାସନ ପକ୍ଷରୁ ତିନିି ତିନିଥର ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ପ୍ରଚେଷ୍ଟା ଚାଲିଛି । ଅନ୍ୟପଟେ ଆଜି ଯଦିଓ ଧାରଣାରେ ସ୍କୁଲ ପିଲା ସାମିଲ ହୋଇନାହାଁନ୍ତି, ମାତ୍ର ସ୍କୁଲରେ ଉପସ୍ଥାନ ଶୂନଥିବା ସୂଚନା ମିଳିଛି । ପରୋକ୍ଷରେ ହେଉ କିମ୍ବା ପ୍ରତ୍ୟକ୍ଷରେ ହେଉ ଆନ୍ଦୋଳନକାରୀ ମାଆ, ବାପାଙ୍କ ସହ ପିଲାଙ୍କ ସମର୍ଥନ ରହିଥିବା ଜିଲ୍ଲାପ୍ରଶାସନ ଆଜିର ଆଲୋଚନାରୁ ଜାଣିବାକୁ ପାଇଛି । ଆଗକୁ କେଉଁ ଉପାୟରେ ଏହି ଆନ୍ଦୋଳନକୁ ସ୍ଥଗିତ୍‌ କରାଯିବ ତାକୁ ନେଇ ଜିଲ୍ଲାପ୍ରଶାସନ ଅଙ୍କକଷୁଛି । ଯେତେ ଶୀଘ୍ର ହେଉ ଏହି ଆନ୍ଦୋଳନକୁ ସ୍ଥଗିତ କରା ନଗଲେ କୋମଳମତି ସ୍କୁଲ ପଢା ଶିଶୁଙ୍କ ଭାଗ୍ୟ ଆନ୍ଦୋଳନର ପ୍ରଭାବରେ ମହାମାରୀ କରୋନା ଭଳି ଭୟଙ୍କର ସଙ୍କଟଦେଇ ଗତିକରିବ ବୋଲି ଜ୍ଞାନୀ, ଗୁଣି , ବୁଦ୍ଧିଜୀବିମାନେ ମତପ୍ରକାଶ କରୁଛନ୍ତି । ଆଜିର ଆଲୋଚନା ସମୟରେ ଘଟଣାସ୍ଥଳରେ ଗ୍ରାମ୍ୟ କମିଟି ସଭାପତି ଅକ୍ଷୟ ନାଏକ, ସମ୍ପାଦକ ହୃଦାନନ୍ଦ ଦେହୁରୀ, ରଞନ ବଗର୍ତୀ, ବିଷ୍ଣୁ ରଣା, ଦୂର୍ଗାପ୍ରସାଦ ସାହୁ, ଶୁଶୀଳ ନାଏକ, ମୋହନ ଦେହୁରୀ, ସନତ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଏ ସର୍ମ୍ପକରେ ମତାମତ ପାଇଁ ବୌଦ୍ଧ ଉପଜିଲ୍ଲାପାଳ ସନତକୁମାର ନାଏକଙ୍କୁ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କରିଥିଲେ ସୁଦ୍ଧା ସେ ଫୋନ ନ ଉଠାଇବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories