www.samajalive.in
Monday, December 8, 2025
13.1 C
Bhubaneswar

ନିଖୋଜ ଯୁବକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

ପାଟଣାଗଡ: ଉପଖଣ୍ଡର ବେଲପଡା ଅନ୍ତର୍ଗତ ଜୁହ୍ନା ବନ୍ଧରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ବେଲପଡା ବ୍ଲକ ଅନ୍ତର୍ଗତ ଖଲିପଥର ଗ୍ରାମର କ୍ଷୀରସିନ୍ଧୁ ନାଏକ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ବେଲପଡାର ଜୁହ୍ନା ବନ୍ଧରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖି କିଛି ସ୍ଥାନୀୟ ଲୋକ ବେଲପଡା ପୁଲିସକୁ ଖବର ଦେଇଥିଲେ । ପୁଲିସ ମୃତଦେହକୁ ଉଦ୍ଧାର କରିଥିଲା ।

ଯୁବକ ଜଣକ ଖଲିପଥର ଗ୍ରାମର ଛବି ନାଏକଙ୍କ ପୁଅ କ୍ଷୀରସିନ୍ଧୁ ବୋଲି ପୁଲିସ ଜାଣିବାକୁ ପାଇଥିଲା । ପରେ ପୁଲିସ ଛବିଙ୍କ ପରିବାରକୁ ଥାନାକୁ ଡକାଇ ମୃତଦେହକୁ ଚିହ୍ନଟ କରାଇଥିଲା । ଗତ ରବିବାର ଠାରୁ କ୍ଷୀରସିନ୍ଧୁ ନିଖୋଜ ଥିଲା । ତେବେ ପରିବାର ବର୍ଗ ଏ ସଂପର୍କରେ ଥାନାରେ ଅଭିଯୋଗ କରିନଥିଲେ । ଏ ସଂକ୍ରାନ୍ତରେ ବେଲପଡା ପୁଲିସ ଏକ ମାମଲା ରୁଜୁ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାଯାଇଛି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories