www.samajalive.in
Monday, December 8, 2025
27.1 C
Bhubaneswar

ଦୈତାରୀମୁଣ୍ଡାରୁ ୨ ଅଜଗର ଉଦ୍ଧାର

ପାଟଣାଗଡ: ପାଟଣାଗଡ ରେଞ୍ଜ ଲରମ୍ଭା ସେକ୍ସନ ଅନ୍ତର୍ଗତ ଦୈତାରିମୁଣ୍ଡା ଗ୍ରାମ ନିକଟସ୍ଥ ଏକ ପତରା ଜଙ୍ଗଲରୁ ବନ ବିଭାଗ ୨ଟି ଅଜଗର ସାପ ଉଦ୍ଧାର କରିଛି । ଗ୍ରାମର ଜୈନିକ ବ୍ୟକ୍ତି ଆଜି ସକାଳୁ ଶୌଚ ପାଇଁ ଗାଁ ନିକଟସ୍ଥ ପତରା ଜଙ୍ଗଲକୁ ଯାଇଥିବା ବେଳେ ଗୋଟିଏ ଜାଗାରେ ୨ଟି ଅଜଗର ସାପ ଦେଖିବାକୁ ପାଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ମାନେ ଏନେଇ ଲରମ୍ଭା ଫରେଷ୍ଟର ପ୍ରିୟବ୍ରତ ନାଏକ ଏବଂ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ ।

ଖବର ପାଇବା ପରେ ଫରେଷ୍ଟର ପ୍ରିୟବ୍ରତ ନାଏକ ଏବଂ ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ସାପ ଦୁଇଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ୨ଟି ଅଜଗର ମଧ୍ୟରୁ ଗୋଟିଏର ଲମ୍ବ ୭ଫୁଟ ଏବଂ ଓଜନ ୧୨ କେଜି ହୋଇଥିବା ବେଳେ ଅନ୍ୟଟିର ଲମ୍ବ ୫ ଫୁଟ ଏବଂ ଓଜନ ୧୦ କି.ଗ୍ରା. ହୋଇଥିବା ଜଣାଯାଇଛି । ସାପ ଦୁଇଟିକୁ ଦେଖିବା ପାଇଁ ଉକ୍ତ ସ୍ଥାନରେ ପ୍ରବଳ ଭିଡ ଜମିଥିଲା । ବନ ବିଭାଗ କର୍ମଚାରୀ ଶ୍ୟାମ ସାହୁ, ବାବୁଲାଲ ସିଂ, ମୋହନ ସାହୁ, ପୂର୍ଣ୍ଣଚନ୍ଦ୍ର ଥାପା, ହରିଶ୍ଚନ୍ଦ୍ର ସାହୁ ଏବଂ ସୁନ୍ଦରରାମ ସାଏ ପ୍ରମୁଖ ସାପ ୨ଟିକୁ ଉଦ୍ଧାର କରିଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories