www.samajalive.in
Friday, December 12, 2025
23.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ନେପାଳରେ ବଡ଼ ଧରଣର ଭୂମିକମ୍ପ… ୬ ମୃତ, ଅନେକ ଆହତ… ଡୋଟି ଜିଲ୍ଲାରେ ସବୁଠୁ ଅଧିକ ହୋଇଛି କ୍ଷୟକ୍ଷତି… ଅନେକ ସ୍ଥାନରେ ଭାଙ୍ଗିଛି ଘରଦ୍ବାର… ସେନାବାହିନୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି… ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପର ଝଟକା…

(୨) ଆଜି ଶପଥ ନେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି … ୫୦ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼… ୨ବର୍ଷ ରହିବ କାର୍ଯ୍ୟକାଳ… ୨୦୨୪ ନଭେମ୍ବର ୧୦ରେ ଅବସର… ପୂର୍ବରୁ ଚନ୍ଦ୍ରଚୂଡ଼ ତୁଲାଇଛନ୍ତି ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ…

- Advertisement -

(୩) ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ… ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି… ଆଜି ପୁରୀରେ କାରକେଡ୍‌ ରିହର୍ସାଲ… ଭୁବନେଶ୍ୱରରେ ମଧ୍ୟ କରାଯିବ ରିହର୍ସାଲ… ମୁତୟନ ହେବେ ୫୫ ପ୍ଲାଟୁନ ପୁଲିସ ଫୋର୍ସ…

(୪) ଆଜି ମାର୍ଗଶିର-କୃଷ୍ଣ ପ୍ରତିପଦ ତିଥି… ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ହେବ ବନକଲାଗି ନୀତି… ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ସର୍ବସାଧାରଣ ଦର୍ଶନ ବନ୍ଦ… ଅପରାହ୍ନ ଘ.୫.୦୦ରୁ ରାତ୍ର  ଘ.୯.୦୦ ଟା ପର୍ଯ୍ୟନ୍ତ ମିଳିବନି କାଳିଆ ଦର୍ଶନ…

(୫) ଚନ୍ଦ୍ରଗ୍ରହଣରେ ପାକତ୍ୟାଗ ନେଇ ଥମୁନି ବିବାଦ… ହେତୁବାଦୀଙ୍କ ନାଁରେ ପୁଣି ଥାନାରେ ଏତଲା… ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଲା ଏକାଦଶୀଶିଳା ସଂଘ… ଭୁବନେଶ୍ୱରର ଖାରବେଳନଗର ଥାନାରେ ମଧ୍ୟ ହୋଇଛି ଅଭିଯୋଗ… ଗତକାଲି ପାକତ୍ୟାଗ ବେଳେ ଭୋଜନକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମୁହାଁମୁହିଁ ହୋଇଥିଲେ ହେତୁବାଦୀ- ପରମ୍ପରାବଦୀ…

(୬) ସରିଲା ଧର୍ମମାସ କାର୍ତ୍ତିକ… ଆଜି ଛାଡ଼ଖାଇ… ଆମିଷ ବଜାରରେ ଲାଗିଛି ଲୋକଙ୍କ ଗହଳି… ଭଳିକିଭଳି ବିକ୍ରି ହେଉଛି ମାଛ… ଚିକେନ୍‌ ମଟନ ଦୋକାନ ଆଗରେ ଦେଖିବାକୁ ମିଳୁଛି ଖଚାଖଚ ଭିଡ଼…

(୭) ଆଜି ଟ୍ବେଣ୍ଟି୨୦ ବିଶ୍ବକପର ପ୍ରଥମ ସେମିଫାଇନାଲ… ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟ​ରେ‌ ହେବ ମୁକାବିଲା… ଦ୍ୱିତୀୟ ସେମିରେ ଇଂଲଣ୍ଡକୁ ଭେଟିବ ଇଣ୍ଡିଆ… ଆଜିର ମ୍ୟାଚ୍‌ ଉପରେ ରହିଛି କ୍ରିକେଟ୍‌ ପ୍ରେମୀଙ୍କ ନଜର…

Hot this week

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

Related Articles

Popular Categories