www.samajalive.in
Friday, December 12, 2025
27.1 C
Bhubaneswar

ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ପଞ୍ଚାୟତ ବିଜେପୁର ଥାନା ଅଧିନସ୍ଥ ମାଳିପଡ଼ାରେ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ବିଜେପୁର ପୁଲିସ ଉଦ୍ଧାର କରିଛି l ମୃତକ ଜଣକ ମାଲିପଡ଼ା ଗାଁର ବିଘ୍ନ ସାହୁଙ୍କ ସ୍ତ୍ରୀ ସସ୍ମିତା ସାହୁ (୨୦) ବୋଲି ସୂଚନା ମିଳିଛି l ପୁଲିସର ସୂଚନା ଅନୁସାରେ, ମାଳିପଡ଼ା ଗାଁର ବିଘ୍ନ ସାହୁ, ବୋରପଦର ଗାଁର ସସ୍ମିତାଙ୍କୁ ୭ ମାସ ତଳେ ପ୍ରେମବିବାହ କରିଥିଲେ । ସୋମବାର ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସେହିରାତିରେ ହିଁ ନିଜ ଘରେ ସସ୍ମିତା ବେକରେ ଦଉଡି ଲଗେଇ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି l

ଅପରପକ୍ଷରେ ଆମ ଝିଅକୁ ବିଘ୍ନ ନିର୍ଯାତନା ଦେଇ ଆସୁଥିଲା ଓ ସେ ହିଁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛି ବୋଲି ମୃତ ମହିଳାଙ୍କ ବାପା ସୁକାନା ସାହୁ ବିଜେପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ବିଜେପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଲାଞ୍ଜିଗଡ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗାଙ୍କ ଉପସ୍ଥିତରେ ଶବ ଜବତ ସହିତ ଲାଞ୍ଜିଗଡରେ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି l ଏନେଇ ବିଜେପୁର ଥାନା କେସ୍ ନଂ ୦୫/୨୦୨୨ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଥାନାଧିକାରୀ ଲିଙ୍ଗରାଜ ସେଠୀ ପ୍ରକାଶ କରିଛନ୍ତି I

- Advertisement -

 

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories