www.samajalive.in
Wednesday, December 10, 2025
14.1 C
Bhubaneswar

ଜାତୀୟ କନିଷ୍ଠ ତିରନ୍ଦାଜ ପ୍ରତିଯୋଗିତା ପାଇଁ ଓଡ଼ିଆ ଦଳଙ୍କ ଗୋଆ ଗସ୍ତ

ଲାଞ୍ଜିଗଡ଼: ଗୋଆର ପଣଜୀରେ ନଭେମ୍ବର ୩ରୁ ୧୨ ପର୍ଯ୍ୟନ୍ତ ୪୨ତମ ଏନଟିପିସି ଜାତୀୟ କନିଷ୍ଠ ତିରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏଥିରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶା ତିରନ୍ଦାଜୀ ଆସୋସିଏସନ ପକ୍ଷରୁ ଓଡ଼ିଶାର ମହିଳା ଓ ପୁରୁଷ ଖେଳାଳିମାନେ ଗୋଆ ଗସ୍ତ କରିଛନ୍ତି। ଏହି ଖେଳାଳିମାନେ ପ୍ରତିଯୋଗିତାରେ ଇଣ୍ଡିଆନ, ରିକର୍ଭ ଓ କମ୍ପାଉଣ୍ଡ ରାଉଣ୍ଡରେ ଅଂଶଗ୍ରହଣ କରିବେ। ଏହି ଓଡ଼ିଶା ଦଳରେ କଳାହାଣ୍ଡି ଜିଲ୍ଲାର ତିନି ପ୍ରତିଯୋଗୀ ରହିଥିବା ବେଳେ ସେମାନେ ଲାଞ୍ଜିଗଡ଼ ବ୍ଳକ ଏସଏସଡି ସ୍କୁଲର ସଞ୍ଜୟ ମାଝୀ, ମିଥୁନ ନାଏକ ଓ ନିଥନିଆଲ ମଲ୍ଲିକ ଏହି ପ୍ରତିଯୋଗିତାରେ ସାମିଲ ଅଛନ୍ତି। ଏହି ୩ ଖେଳାଳି ଜିଲ୍ଲା କ୍ରୀଡା ସଂସ୍ଥା ଓ ଲାଞ୍ଜିଗଡ ବେଦାନ୍ତ ଆଲୁମିନା ମିଳିତ ସହଯୋଗୀତାରେ ଗତ ଅକ୍ଟୋବର ୧ରୁ ୪ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲଠାରେ ଅନୁଷ୍ଠିତ ୨୩ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଭାଗନେଇ ସଞ୍ଜୟ ମାଝୀ ୨ଟି ସ୍ୱର୍ଣ୍ଣ, ମିଥୁନ ନାଏକ ୧ ସ୍ୱର୍ଣ୍ଣ ୧ ରୌପ୍ୟ ଓ ନିଥନିଆଲ ମଲ୍ଲିକ କାଂସ୍ୟ ପଦକ ହାସଲ କରି ଜାତୀୟସ୍ତର ପାଇଁ ମନୋନୀତ ହୋଇଥିଲେ। ଏହାପରେ ଏହି ତିନି ଖେଳାଳି ଗତ ଅକ୍ଟୋବର ୯ ତାରିଖରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ପାଇଁ କଟକ ଗସ୍ତ କରିଥିଲେ। ସେଠାରେ ଭଗତରାମ ନାୟକ ଓ ଟିକିଲି ମହାଖୁଡଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜାତୀୟସ୍ତର ପାଇଁ ମନୋନୀତ ଖେଳାଳିଙ୍କୁ ନେଇ କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ତାଲିମପ୍ରାପ୍ତ କରିଥିଲା। ବର୍ତ୍ତମାନ ଏହି ଲାଞ୍ଜିଗଡ଼ ଏସଏସଡି ସ୍କୁଲର ତିନି ଖେଳାଳି ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ଦ୍ବାରା ପ୍ରତିଷ୍ଠିତ ତିରନ୍ଦାଜୀ ଶିବିରରେ କୋଚ୍ ସୀମାଞ୍ଚଳ କାଟ୍ରାକାଙ୍କ ଦ୍ୱାରା ତାଲିମପ୍ରାପ୍ତ କରିଥିବା ବେଳେ ସୀମାଞ୍ଚଳ ଓଡ଼ିଶା ଦଳ ସହିତ ଗୋଆ ଗସ୍ତ କରିଛନ୍ତି।

ଜାତୀୟସ୍ତରୀୟ ତିରନ୍ଦାଜ ପ୍ରତିଯୋଗିତା ପାଇଁ ଗସ୍ତ କରିଥିବା ଯୋଗୁଁ ଖେଳାଳିଙ୍କୁ ଜିଲ୍ଲା ଆଥଲେଟିକ୍ ଏସୋସିଏସନ୍ ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ବେଦାନ୍ତ ଆଲୁମିନା ଡେପୁଟି ସିଇଓ ଜି.ଜି ପାଲ, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାଏ, ସିଏସଆର ମୁଖ୍ୟ ବିଭେଦେନ୍ଦୁ ପଣ୍ଡା, ଜିଲ୍ଲା କ୍ରୀଡା ସଂସ୍ଥା ସହ ସମ୍ପାଦକ ସୁନୀଲ ବେହେରା, ଜିଲ୍ଲା କାଉନସିଲ ମେମ୍ବର କାଳି ପ୍ରସାଦ ପଟନାୟକ ଓ ସମ୍ଭୁ ପ୍ରସାଦ ରାଉତ, ଲାଞ୍ଜିଗଡ ଏସଏସଡି ସ୍କୁଲ ପ୍ରଧାନ ଶିକ୍ଷକ ପାର୍ଥବ ତାଣ୍ଡି,ବେଦାନ୍ତ ସିଏସଆର ଉପ ମୁଖ୍ୟ ଦିଲ୍ଲୀପ ପ୍ରଜାପତି, ଅଭିନବ ପ୍ରତାପ ପ୍ରମୁଖ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସଫଳତା ପାଇଁ କାମନା କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories