www.samajalive.in
Wednesday, December 10, 2025
14.1 C
Bhubaneswar

ଜିଲାସ୍ତରୀୟ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ବୋଇତ ବନ୍ଦାଣ

ସାକ୍ଷୀଗୋପାଳ: ପୁରୀ ଜିଲ୍ଲା ସଂସ୍କୃତି ବିଭାଗ, ସତ୍ୟବାଦୀ ପଞ୍ଚାୟତ ସମିତି ଓ ଜିଲ୍ଲା ପ୍ରଶାସନର ମିଳିତ ଆୟୋଜନରେ ଜିଲାସ୍ତରୀୟ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ପୁରୀ ଜିଲ୍ଲାର ଲୋକକଳାଗ୍ରାମ ସାରଙ୍ଗଯୋଡିଠାରେ ଅନୁଷ୍ଠିତ ହୋଇଯାଇଛି। ସତ୍ୟବାଦୀ ମଣ୍ଡଳ ଉନ୍ନୟନ ଅଧିକାରୀ ଲୋଚନ ଦାସ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରାଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରାତଃ ୪.୩୦ ଘଣ୍ଟା ସମୟରେ ପୂଣ୍ୟତୋୟା ଭାର୍ଗବୀ ନଦୀ ସାରଙ୍ଗଯୋଡି ଘାଟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅରକ୍ଷିତ ପ୍ରଧାନ, ସତ୍ୟବାଦୀ ବ୍ଲକ କଳାସଂସ୍କୃତି ସଂଘ ଉପସଭାପତି ରମେଶ ଚନ୍ଦ୍ର ପଲେଇ, କୈଳାସ ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦର ସଂପାଦକ କୈଳାସ ଚନ୍ଦ୍ର ବିଶ୍ଵାଳ, ବିଶିଷ୍ଟ ସାମାଜିକ କର୍ମୀ ଦୁର୍ଗେଶ ପ୍ରସାଦ ମିଶ୍ରଙ୍କ ସହ ସାରଙ୍ଗଯୋଡି ମହିଳା ମହାସଂଘର ସଭାନେତ୍ରୀ ମିନତୀ ବେହେରା ଓ ସଂପାଦିକା ସବିତା ପଲେଇଙ୍କ ଉପସ୍ଥିତିରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ସାରଙ୍ଗଯୋଡି ଗୋପବନ୍ଧୁ ମଣ୍ଡପଠାରେ ଏକ ସଭା କାର୍ଯ୍ୟର ଆୟୋଜନ କରାଯାଇଥିଲା । ସଭାକାର୍ଯ୍ୟ ପରେ ଗୁରୁ କୈଳାସ ଚନ୍ଦ୍ର ବିଶ୍ଵାଳଙ୍କ ସଂଯୋଜନାରେ ଗୋଟିପୁଅ ନୃତ୍ୟ, ଭକ୍ତି ସଙ୍ଗୀତ ଆସର ଓ ଦାସକାଠିଆ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଲୋକକଳା ଗ୍ରାମର ସମସ୍ତ କଳାକାର, ମହିଳା ମହାସଂଘର ସଦସ୍ୟା ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇ ଉତ୍ସବକୁ ସଫଳ କରିଥିଲେ। ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ରମେଶ ଚନ୍ଦ୍ର ପଲେଇ ଓ ଗୁରୁ କୈଳାଶ ଚନ୍ଦ୍ର ବିଶ୍ଵାଳଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟ ସମାପନ ହୋଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories