www.samajalive.in
Saturday, December 13, 2025
26.1 C
Bhubaneswar

ଗୁଜରାଟ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିବ: ମୋଦୀ

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନରେ ରାଜ୍ୟବାସୀ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗି​‌େ​‌ବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ରବିବାର ଗୁଜରାଟର ଆଦିବାସୀ ବହୁଳ ଅଞ୍ଚଳ କାପରଦାରେ ନିର୍ବାଚନ ପ୍ରଚାର କରି ମୋଦୀ କହିଛନ୍ତି ଯେ ଗୁଜରାଟବାସୀ ପୁନର୍ବାର ବିଜେପିକୁ ନିର୍ବାଚିତ କରିବାକୁ ମନସ୍ଥ କରିସାରିଛନ୍ତି। ଏପରିକି ଗୁଜରାଟବାସୀ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗି ବିଜେପିକୁ ବିପୁଳ ସଂଖ୍ୟାରେ ନିର୍ବାଚିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୁଜରାଟରେ ବିଜେପି ୨୭ବର୍ଷ ଶାସନ କ୍ଷମତାରେ ରହିଆସିଛି। ଏଥର ପୁନର୍ବାର ବିଜୟୀ ହୋଇ ସର୍ବାଧିକ ସମୟ କ୍ଷମତାରେ ରହିବାର ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିବ। ମୋଦୀ କହିଛନ୍ତି ଯେ ଇଂରାଜୀ ବର୍ଣ୍ଣମାଳାର ଶିକ୍ଷା ଯେପରି ‘ଏ’ରୁ ଆରମ୍ଭ ହୋଇଥାଏ ସେହିପରି ଗୁଜରାଟରେ ମୋର ନିର୍ବାଚନ ପ୍ରଚାର ଆଦିବାସୀ ଅଞ୍ଚଳରୁ ଆରମ୍ଭ ହୋଇଛି। ତେଣୁ ମୋ ପାଇଁ ‘ଏ’ ଫର ଆଦିବାସୀ। ଆଦିବାସୀ ଭାଇ ଓ ଭଉଣୀଙ୍କ ଆଶୀର୍ବାଦ ନେଇ ମୋର ନିର୍ବାଚନ ପ୍ରଚାର ଆରମ୍ଭ କରିଛି। ମୋଦୀ କହିଛନ୍ତି ଯେ ଏଥର ଗୁଜରାଟ ନିର୍ବାଚନରେ ବିଜେପି ବିଜୟୀ ହେଲେ ପ୍ରଧାନମନ୍ତ୍ରୀ ଭାବେ ଗୁଜରାଟ ପାଇଁ ସର୍ବାଧିକ ସମୟ ଦେବେ। ସେହିପରି ଗୁଜରାଟରେ ଏଥର ବିଜେପି ସର୍ବାଧିକ ଆସନରେ ବିଜୟୀ ହୋଇ ରେକର୍ଡ କରିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories