www.samajalive.in
Sunday, December 14, 2025
19.1 C
Bhubaneswar

ରାସ୍ତା ମରାମତି ପାଇଁ ଜିଲାପାଳଙ୍କୁ ନିବେଦନ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ବମାଲୋଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢରୋପାନି ଗ୍ରାମରୁ ଲପଙ୍ଗା ଛକକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘ ବର୍ଷ ହେଲା ଖାଲଖମାରେ ପରିପୂର୍ଣ୍ଣ ହୋଇ ପଡିରହିଛି। ଆଦିତ୍ୟ ଆଲୁମିନିୟମ କାରଖାନା ପ୍ରତିଷ୍ଠା ହେଲା ପରେ ଏହି ରାସ୍ତା କମ୍ପାନୀର ପାରିପାର୍ଶିକ ଉନ୍ନୟନ ଯୋଜନାରୁ କଂକ୍ରିଟ କରାଯାଇଥିଲା। ତେବେ ରାସ୍ତା ନିର୍ମାଣ ହେବାର ଅନେକ ବର୍ଷ ବିତିଗଲା ପରେ ବି ଏହାର ରକ୍ଷାଣାବେକ୍ଷଣ ପ୍ରତି ଆଦୌ ଗୁରୁତ୍ୱ ଦିଆଯାଉନାହିଁ ବୋଲି ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ରାସ୍ତା ରକ୍ଷାବେକ୍ଷଣ ପ୍ରତି ଅବହେଳା କରାଯାଇଥିବାରୁ ଏହାର ଅଧିକାଂଶ ସ୍ଥାନରେ ଖାଳଖମା ସୃଷ୍ଟି ହୋଇ ଥିବା ଦେଖିବାକୁ ମିଳୁଛି। ଏହି ରାସ୍ତା ଉପରେ ଆଖପାଖ ୩୦/୪୦ ଟି ଗ୍ରାମର ଅଧିବାସୀ ନିୟମିତ ଯାତାୟାତ କରୁଥିବା ସହିତ ଆଦିତ୍ୟ ଆଲୁମିନା ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନରେ କାମ କରୁଥିବା ଅସଂଖ୍ୟ କର୍ମଚାରୀ ନିୟମିତ ଯାତାୟାତ କରିଥାନ୍ତି।
ଏହି ରାସ୍ତା ଦେଇ ଲୋକେ ଲପଙ୍ଗା ଛକକୁ ଯାଇ ସେଠାରୁ ଜିଲା ସଦର ସଦର ମହକୁମା ସମ୍ବଲପୁର, ରେଙ୍ଗାଲି, ଝାରସୁଗୁଡା, ବ୍ରଜରାଜନଗର, ବେଳପାହାଡ, ସୁନ୍ଦରଗଡ ଆଦି ଗୁରୁତ୍ୱପୂର୍ଣ ସ୍ଥାନକୁ ଯାତାୟାତ କରିଥାନ୍ତି। ଜନସାଧାରଣଙ୍କ ପାଇଁ ଏହି ରାସ୍ତା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବା ସତ୍ତ୍ବେ ଦୀର୍ଘ ବର୍ଷ ହେଲା ଅପନ୍ତରା ଅବସ୍ଥାରେ ପଡି ରହିଛି। ରାସ୍ତା ମରାମତି ହେଉ ନଥିବାରୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏହି ରାସ୍ତାର ମରାମତି କିମ୍ବା ପୁନଃନିର୍ମାଣ ପାଇଁ ବିପ୍ଳବୀ ବୀର ସୁେରେନ୍ଦ୍ର ସାଏ ଆଞ୍ଚଳିକ ସଂଘ ପକ୍ଷରୁ ଅନେକଥର ଜିଲା ପ୍ରଶାସନ ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଲିଖିତ ଆକାରରେ ଦାବି କରାଯିବା ସହିତ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ ବୋଲି ସଂଘର ସଭାପତି ପ୍ରମୋଦ କୁମାର ପଧାନ ପ୍ରକାଶ କରିଛନ୍ତି। ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଜିଲାପାଳ ଏଥିରେ ହସ୍ତକ୍ଷପ କରି ଅପନ୍ତରା ହୋଇ ପଡିଥିବା ରାସ୍ତାର ଶୀଘ୍ର ମରାମତି ବ୍ୟବସ୍ଥା କରିବାକୁ ସେ ନିବେଦନ କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories