www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରାଥମିକ ଶିକ୍ଷକଙ୍କ ପକ୍ଷରୁ ୬ଦଫା ଦାବି ନେଇ ବିଇଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ପ୍ରାଥମିକ ଶିକ୍ଷକଙ୍କ ପକ୍ଷରୁ ୬ଦଫା ଦାବି ପୂରଣ ନିମନ୍ତେ (ବିଇଓ)ଭାରପ୍ରାପ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶିବରାମ କାଡ୍ରାକାଙ୍କୁ ନେତୃତ୍ୱରେ ସ୍ଥାନୀୟ ଗୁଣ୍ଡିଚାମନ୍ଦିର ପରିସରରେ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ହାତରେ ଫ୍ଲା କାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ଗୋଷ୍ଠି ଶିକ୍ଷା କେନ୍ଦ୍ରକୁ ଯାଇଥିଲେ । ସେଠାରେ ଦାୟିତ୍ୱ ତୁଲାଉଥିବା ଗୋଷ୍ଠି ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀଙ୍କୁ ୬ଦଫା ଦାବି ପତ୍ର ପ୍ରଦାନ କରିଥିଲେ ।

ଉକ୍ତ ପତ୍ରରେ ଦାବି ଗୁଡିକ ହେଲା ୬ ବର୍ଷ ଠିକା ଚାକିରି ସମୟକୁ ମୂଳ ଚାକିରି ସଙ୍ଗେ ଗଣନା କରିବା ସହ ୬ଟି  ଜାତୀୟ  ଇଙ୍କ୍ରିମେଣ୍ଟ ପ୍ରଦାନ ଓ ପଦନ୍ନତିର ସୁଯୋଗ । ୨୮୦୦ ଗ୍ରେଡପେ ପ୍ରଦାନ । ନୂତନ ପେନସନ ଯୋଜନା ଉଚ୍ଛେଦ କରି ପୂରାତନ ପେନସନ ଯୋଜନାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରାଯାଉ । ଏକ୍ସ-କ୍ୟାଡର ପ୍ରଥା ଉଚ୍ଛେଦ କରି ସେମାନଙ୍କୁ କ୍ୟାଡରଭୁକ୍ତ କରି ନିୟମିତ କରାଯାଉ । ବହୁ ଭାଷା ଭାଷୀ ଶିକ୍ଷକଙ୍କୁ ନିୟମିତ କରାଯାଉ । ଚୁକ୍ତି ଭିର୍ତ୍ତିକ ଉଚ୍ଛେଦ ସହ କାର୍ଯ୍ୟରତ ସମସ୍ତ ଚୁକ୍ତି ଭିର୍ତ୍ତିକ ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ ବୋଲି ଉଲ୍ଲେଖ କରୁଛନ୍ତି । ୨୦୨୨ ମସିହା ଅକ୍ଟୋବର ମାସରେ ଓଡିଶା ସରକାର ଉଚ୍ଚ ବିଦ୍ୟାଳୟର ଶିକ୍ଷକଙ୍କୁ ନିୟମିତ ଲାଗୁ କରିଥିଲେ ।

- Advertisement -

କିନ୍ତୁ ୨୦୨୧ମସିହା ଠାରୁ ପ୍ରାଥମିକ ଶିକ୍ଷକ ମନେ ପ୍ରାୟ ୬ବର୍ଷ ଧରି ଠିକା କାର୍ଯ୍ୟରେ ରହି କାର୍ଯ୍ୟ ତୁଲାଇ ଆସୁଥିଲେ  । ଏହି ମାନଙ୍କର ସ୍ଥାୟୀ ନିଯୁକ୍ତି ନକରି ଉଚ୍ଚ ବିଦ୍ୟାଳୟରେ ଏକ ବର୍ଷ ଧରି ଠିକା ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ନିୟମିତ କରାଯାଇଥିବା ଯୋଗୁଁ ଏହି ପରି ପଦକ୍ଷେପ ନିଆଯାଇଛି । ଏହା ତୁରନ୍ତ ସମାଧାନ କରାଯାଉ । ଏହା ରାଜ୍ୟ ବ୍ୟାପୀ ଆନ୍ଦୋଳନ ଜାରି ରହିଛି ବୋଲି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶିବରାମ କାଡ୍ରାକା କହିଛନ୍ତି । ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ଶାନ୍ତି ଶୃଙ୍ଖଳା ପରିସ୍ଥିତି ଏଡ଼ାଇବା ପାଇଁ ପୁଲିସ ମୁତୟନ କରାଯାଇଥିଲା ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories