www.samajalive.in
Sunday, December 14, 2025
26.1 C
Bhubaneswar

ଶିକ୍ଷା ମନ୍ତ୍ରଣାଳୟର ପିଜିଆଇ ରିପୋର୍ଟ

ଭୁବ‌େ‌ନଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ) ୨୦୨୦-୨୧ ରିପୋର୍ଟରେ ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ଗୁଣାତ୍ମକ ଶିକ୍ଷା, ସୁଦୃଢ଼ ଭିଭିଭୂମି, ବିଦ୍ୟାଳୟ ପ୍ରବେଶ ସୁବିଧା, ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ଓ ବିଦ୍ୟାଳୟ ପରିଚାଳନା ଭଳି ୫ଟି ବିଷୟକୁ ଆଧାର କରି କରାଯାଇଥିବା ମୂଲ୍ୟାୟନ ପ୍ରକ୍ରିୟାରେ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ରିପୋର୍ଟ ମୁତାବକ ୨୦୧୯-୨୦ ଶିକ୍ଷାବର୍ଷ ତୁଳନାରେ ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ସମସ୍ତ ୫ଟି ବର୍ଗରେ ଭଲ ପ୍ରଦର୍ଶନ କରିବା ସହ ଦେଶର ଆଗଧାଡ଼ିର ରାଜ୍ୟଗୁଡ଼ିକ ମଧ୍ୟରେ ନିଜର ସ୍ଥିତିକୁ ସୁଦୃଢ଼ ରଖିଛି।
ପିଜିଆଇ ୨୦୨୦-୨୧ରେ ୧୦୦୦ ପଏଣ୍ଟ୍‌ରୁ ଓଡ଼ିଶା ମୋଟ୍ ୮୭୭ ପଏଣ୍ଟ୍‌ ସ୍କୋର କରିଥିବାବେଳେ ଦିଲ୍ଲୀ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ହରିୟାଣା, ପଣ୍ଡିଚେରୀ, ଲାକ୍ଷାଦ୍ବୀପ, ଆଣ୍ଡାମାନ ନିକୋବର, ଦାଦ୍ରା ନଗର ହାବେଳି ଏବଂ ଡାମନ ଡିଉ ସହ ଲେବୁଲ୍-୩ରେ ରହିଛି। ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ୧୮୦ରୁ ୧୩୮, ବିଦ୍ୟାଳୟ ପ୍ରବେଶ ସୁବିଧାରେ ୮୦ରୁ ୭୧, ସୁଦୃଢ଼ ଭିତ୍ତିଭୂମିରେ ୧୫୦ରୁ ୧୩୩, ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନରେ ୨୩୦ରୁ ୨୨୧ ଏବଂ ବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ୩୬୦ରୁ ୩୧୪ ପଏଣ୍ଟ ପାଇଛି। ପିଜିଆଇ ଫ୍ରେମୱାର୍କରେ ଲାଗାତର ଭାବରେ ଓଡ଼ିଶାର ପାହ୍ୟା ଉପରକୁ ଉଠୁଥିବାବେଳେ ମାତ୍ର ୪ବର୍ଷ ମଧ୍ୟରେ ଏହା ଲେବୁଲ୍-୬ରୁ ଲେବୁଲ୍-୩କୁ ଉନ୍ନୀତ ହୋଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories