www.samajalive.in
Sunday, December 14, 2025
19.1 C
Bhubaneswar

ଆଇଆରବି ବାଟାଲିୟନକୁ ଜାଗା ହସ୍ତାନ୍ତରକୁ ବିରୋଧ; ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଫୁଲବାଣୀ: ଆଇଆରବି ବାଟାଲିୟନକୁ ଜାଗା ହସ୍ତାନ୍ତରକୁ ବିରୋଧ କରି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବଜାର ମୁଖ୍ୟ ରାସ୍ତା ଅବରୋଧ କରି ସ୍ଥାନୀୟ ୭ ଖଣ୍ଡ ମୌଜାର ଗ୍ରାମବାସୀମାନେ ଏକତ୍ରୀତ ହୋଇ ଭୁବନେଶ୍ୱରରୁ ଫୁଲବାଣୀ ରାସ୍ତାକୁ ଶୁକ୍ରବାର ଦିନ ୧୧ ଘଣ୍ଟିକା ପର୍ଯ୍ୟନ୍ତ ଅବରୋଧ କରିଥିଲେ । ଖଜୁରୀପଡ଼ା, ଚାରିପଡ଼ା, ଦୁତିମେଣ୍ଡି, ଘୁଗୁଲାସାହି, ଡେହେଙ୍ଗି, ବଢ଼ାରାକାଡ଼ି ଏବଂ କରୁଣା ଗାଁ ଲୋକେ ଏକାଠି ହୋଇ ଏହି ରାସ୍ତାରୋକ କରିଥିଲେ। ଏହି ଆନ୍ଦୋଳନରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉକ୍ତ ସାତଖଣ୍ଡ ମୌଜାର ଗ୍ରାମବାସୀ ଏହି ଜାଗା ବା ଭୂମି ଉପରେ ନିର୍ଭର କରିଥାନ୍ତି । ସେମାନେ ଏହି ଜଙ୍ଗଲରୁ ଋତୁ ଅନୁସାରେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ଉପରେ ନିର୍ଭର କରନ୍ତି । ଯେମିତି ଶାଳପତ୍ର, ସିଆଳି ପତ୍ର, ମହୁଲ, ଗରା, ଅଁଳା, ହରିଡା, ବାହାଡ଼ା, କେନ୍ଦୁ, ଆମ୍ବ ଇତ୍ୟାଦି ଜିନିଷ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି । ଏହା ବ୍ୟତିତ କୋଳଥ, ବିରି, ମାଣ୍ଡିଆ, ରାଶି, ଶୋରିଷ ଆଦି ଚାଷ ମଧ୍ୟ କରିଥାନ୍ତି। ତେଣୁ ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ଯଦି ଏହି ଉଦ୍ଦିଷ୍ଟ ଜମି ଆଇଆରବି ବାଟାଲିୟନକୁ ହସ୍ତାନର କରାଯାଏ ତେବେ ଗ୍ରାମବାସୀମାନଙ୍କ ଚଳଣୀ ନିମନ୍ତେ କଷ୍ଟ ଦାୟକ ହେବ ବୋଲି ଆନ୍ଦୋଳନ ସାମିଲ ଥିବା ଲୋକେ କହିଛନ୍ତି । ଯଦି ସରକାର ଆଇଆରବି ବାଟାଲିୟନକୁ ଜାଗା ଦିଅନ୍ତି ତେବେ ଆଗାମୀ ଦିନରେ ୭ ଖଣ୍ଡ ଅଂଚଳବାସୀ ଆହୁରି ବଡ ଧରଣର ଜିଲ୍ଲା ବ୍ୟାପୀ ଆନ୍ଦୋଳନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ । ଏହି ଆନ୍ଦୋଳନରେ ସଭାପତି ଲକ୍ଷଣ ଝାଙ୍କର, ଦୂତିମେଣ୍ଡି ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ମଳିକ, ଖଜୁରୀପଡ଼ା ସରପଞ୍ଚ ମନୋରଂଜନୀ ଯାନୀ, ଦୂତିମେଣ୍ଡି ଯୁବକ ସଂଘ ସଦସ୍ୟ ଦେବରାଜ ମୁଖୀ, ଗୋଲକ ବିହାରି ମଳିକ, ସମୀର ପ୍ରସାଦ ଝାଙ୍କର, ଆସ୍ତିକ ମଳିକ, ଏବଂ ମହିଳା ସଂଗଠନ ପ୍ରମିଳା ପୃଷ୍ଟି, ଚାରିପଡ଼ା ଯୁବକ ସଂଘ ସଭାପତି ସୁଶାନ୍ତ ବେହେରା ସମ୍ପାଦକ ବିନାୟକ ଯାନୀ, ରେବତୀ ମଲ୍ଲିକଙ୍କ ସମେତ ଶତାଧିକ ଲୋକ ଆନ୍ଦୋଳନରେ ସାମିଲ ହୋଇଥିଲେ। ଫୁଲବାଣୀ ସଦର ଏସଡିପିଓ ସୁପ୍ରଶନ ମଲିକ ଏବଂ ଖଜୁରୀପଡ଼ା ତହସିଲଦାର ସ୍ୱପ୍ନିତା ନାୟକ ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁ ଉପସ୍ଥିତ ରହି ଲୋକମାନଙ୍କୁ ବହୁ ବୁଝା ସୁଝା କରିଥିଲେ କିନ୍ତୁ ଆନ୍ଦେଳନକାରୀମାନେ ଦୀର୍ଘ ଚାରି ଘଣ୍ଟା ଧରି ନିଜ ଜିଦରୁ ଓହରି ନଥିଲେ। ପରବର୍ତ୍ତୀ ସମୟରେ ଖଜୁରୀପଡା ବ୍ଲକ ଅଧ୍ୟକ୍ଷା ଅନିମା କହଁର, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଆନ୍ଦୋଳନ ସ୍ଥଳରେ ପହଞ୍ଚିଥିଲେ ଏବଂ ଆନ୍ଦୋଳନକାରୀଙ୍କୁ ବୁଝା ସୁଝା କରିବାରୁ ଆନ୍ଦୋଳନରୁ ଓହରିଥିଲେ। ପୁଲିସ ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟି ରଖି ୧ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories