www.samajalive.in
Friday, December 12, 2025
15.1 C
Bhubaneswar

୯.୫ ଲିଟର କଫ ସିରପ ଜବତ; ଅଭିଯୁକ୍ତ କୋର୍ଟ ଚାଲାଣ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲାପାଳ ତଥା ଅବକାରୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା, ଟିଟିଲାଗଡ଼ ଓ ପାଟଣାଗଡ଼ ଅବକାରୀ ଥାନା ଦ୍ୱାରା ପାଟ୍ରୋଲିଂ ବେଳେ ଶୁକ୍ରବାର ପୂର୍ବାହ୍ନରେ କଣ୍ଟାବାଞ୍ଜି ବସ ଷ୍ଟାଣ୍ଡ ନିକଟରୁ ୯ଲିଟର ୫୦୦ ମିଲିଲିଟର(୯୫ଟି ବୋତଲ) କଫ୍‌‌ ସିରପ ଜବତ କରାଯାଇଛି।

ଅବକାରୀ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, କଣ୍ଟାବାଞ୍ଜି ନୁଆପଡ଼ା ବାସିନ୍ଦା ବିଷ୍ଣୁ ହାତି(୨୭) ବେଆଇନ ଭାବେ କଫ୍‌‌ ସିରପକୁ ଅନ୍ୟତ୍ର ଚାଲାଣ କରିବା ପାଇଁ ନେଉଥିବା ବେଳେ ସନ୍ଦେହରେ ତାଙ୍କୁ ବସ ଷ୍ଟାଣ୍ଡ ନିକଟରେ ହିଁ ଧରିଥିଲେ। ଯାଞ୍ଚ ବେଳେ ଉକ୍ତ କଫ ସିରପ ମିଳିଥିଲା। କଣ୍ଟାବାଞ୍ଜି ଅବକାରୀ ଥାନା ମାମଲା ନଂ. ୪୩/୪.୧୧.୨୦୨୨ ରୁଜୁ କରି ଅଭିଯୁକ୍ତକୁ ସ୍ଥାନୀୟ କୋର୍ଟ ଚାଲାଣ ପରେ ଜାମିନ ନମିଳିବାରୁ ସ୍ଥାନୀୟ ସବ୍‌‌ ଜେଲକୁ ପଠାଇ ଦିଆଯାଇଛି। ପାଟ୍ରୋଲିଂ ସମୟରେ କଣ୍ଟାବାଞ୍ଜି ଅବକାରୀ ଇନ୍ସପେକ୍ଟର ସତ୍ୟନାରାୟଣ ଦାସ, କଣ୍ଟାବାଞ୍ଜି ଅବକାରୀ ଥାନା ଅଧିକାରୀ ବଳରାମ ପଧାନ, ବଙ୍ଗୋମୁଣ୍ଡା ଅବକାରୀ ଥାନା ଅଧିକାରୀ ଦୟାନିଧି ବାରିକ, ଟିଟିଲାଗଡ଼ ଅବକାରୀ ଥାନା ଅଧିକାରୀ ମଲୟ ପଧାନ, ପାଟଣାଗଡ଼ ଅବକାରୀ ଥାନା ଅଧିକାରୀ ବାଲୁ ସେଠି, କନେଷ୍ଟବୁଲ ଦେବାର୍ଚ୍ଚନ ଭୋଇ, ମମତା ବେହେରା, ସତ୍ୟ ବେହେରା, ସୁରେଶ ଭୋଇ, ହୁଲେଶ୍ୱର କୁମୁରା, କୁମୁଦିନି ମଲ୍ଲିକ, ମୋତିଲାଲ ସାହୁ, ଗୁଣନିଧି ମାଝି ସାମିଲ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories