www.samajalive.in
Sunday, December 14, 2025
26.1 C
Bhubaneswar

ନିଆରା ଢଙ୍ଗରେ କର୍ମଚାରୀଙ୍କ ପରୀକ୍ଷା ନେଲେ ମହିଳା ଏସ୍‌ପି: ବେଶ ବଦଳାଇଲେ, ଆଉ ତା’ପରେ..

ଲକ୍ଷ୍ନୌ: ପୁଲିସର ତତ୍ପରତା ପରଖିବା ପାଇଁ ଉତ୍ତରପ୍ରଦେଶର ଜଣେ ବରିଷ୍ଠ ମହିଳା ପୁଲିସ ଅଧିକାରୀ ଏକ ନିଆରା ପଦକ୍ଷେପ ନେଇଛନ୍ତି। ବେଶ ବଦଳାଇ ଜରୁରୀକାଳୀନ ନମ୍ବର ଡାଏଲ କରି ସଶସ୍ତ୍ର ଡକାୟତି ନେଇ ପୁଲିସକୁ ମିଥ୍ୟା ସୂଚନା ଦେଇଥିଲେ। ଖୁସିର କଥା ହେଉଛି ପୁଲିସ କର୍ମୀ ଏହି ପରୀକ୍ଷାରେ ପାସ୍‌ ହୋଇଗଲେ। ଆଇପିଏସ୍‌ ଅଧିକାରୀ ଚାରୁ ନିଗମ ଔରୈୟାରେ ଏସ୍‌ପି ଭାବେ ନିଯୁକ୍ତ ହୋଇଛନ୍ତି। ଗୁରୁବାର ସେ କୁର୍ତ୍ତା ଏବଂ ଚଷମା ପିନ୍ଧି ଓଢଣୀରେ ମୁହଁ ଘୋଡାଇ ଦେଇଥିଲେ, ଯଦ୍ବାରା ତାଙ୍କ ଅଧସ୍ତନ କର୍ମଚାରୀ, ଅଧିକାରୀ ତାଙ୍କୁ ଚିହ୍ନି ପାରିବେ ନାହିଁ। ଏହାପରେ ସେ ଜରୁରୀକାଳୀନ ସେବା ନମ୍ବର ୧୧୨ରେ କଲ୍‌ କରି ସଶସ୍ତ୍ର ଡକାୟତିର ଶିକାର ହୋଇଥିବା କହିଥିଲେ। ସେ କହିଛନ୍ତି, ‘‘ମୁଁ ସରିତା ଚୌହ୍ବାନ କହୁଛି, ଏବଂ ମୋତେ ଦୁଇଜଣ ସଶସ୍ତ୍ର ଡକାୟତ ଲୁଟି ନେଇଛନ୍ତି..’’।

ଔରୈୟା ପୁଲିସ ଦ୍ବାରା ଜାରି କରାଯାଇଥିବା ଭିଡିଓ ଏବଂ ଫଟୋରେ ଆଇପିଏସ ଚାରୁ ନିଗମଙ୍କୁ ଶୁନ୍‌ଶାନ୍‌ ରାସ୍ତାରେ ଫୋନ୍‌ରେ କଥା ହେଉଥିବା ଦେଖିବାକୁ ମିଳିଛି। ତାଙ୍କ କଲ୍‌ର ଜାବାବରେ ତିନି ପୁଲିସ କର୍ମୀ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପୁଲିସ ଅଧିକାରୀମାନେ ମହିଳାଙ୍କ ଅଭିଯୋଗ ଶୁଣିଲେ ଓ ପଚରାଉଚରା କଲେ। କିନ୍ତୁ ସେମାନେ ଜାଣି ନଥିଲେ ଯେ, ତାଙ୍କ ଉଚ୍ଚ ପଦସ୍ଥ କର୍ମଚାରୀ ତାଙ୍କ କାମ ଉପରେ ନଜର ରଖିବା ପାଇଁ ଏସବୁ କରୁଛନ୍ତି।
  

- Advertisement -

ଏକ ଘଣ୍ଟା ଧରି ସେହି ଅଞ୍ଚଳରେ ଯାନବାହାନ ଅଟକାଇ ଯାଞ୍ଚ କରିବା ପରେ ଟିମ୍‌ ଜାଣିବାକୁ ପାଇଥିଲେ ​​ଯେ, ଅଭିଯୋଗ କରିଥିବା ଭୟଭୀତ ମହିଳା ସେମାନଙ୍କ ବରିଷ୍ଠ ଅଧିକାରୀ। ପୁଲିସ ଦ୍ବାରା କରାଯାଇଥିବା ଟ୍ବିଟ୍‌ ମୁତାବକ, ଆଇପିଏସ୍‌ ଚାରୁ ନିଗମ ସ୍ଥାନୀୟ ପୁଲିସର ‘ରେସ୍‌ପନ୍ସ ଟାଇମ୍‌’ ଯାଞ୍ଚ କରିବାକୁ ଚାହୁଁଥିଲେ, ଯାହାକି ତାଙ୍କୁ ସନ୍ତୋଷଜନକ ଲାଗିଥିଲା।

ଏକ ବାଇକ୍‌ ପଛରେ ବସି ରାସ୍ତାର ଶୁନଶାନ୍‌ ସ୍ଥାନ ଖୋଜୁଥିବା ଆଇପିଏସ୍‌ ଅଧିକାରୀଙ୍କ ଏକ ଭିଡିଓ ବହୁ ମାତ୍ରାରେ ଶେୟାର କରାଯାଉଛି। ଭିଡିଓରୁ ଜଣାପଡ଼ୁଛି, ସମ୍ଭବତଃ ସେ ପରୀକ୍ଷା ନେବା ପାଇଁ ଉପଯୁକ୍ତ ସ୍ଥାନ ଖୋଜୁଛନ୍ତି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories