www.samajalive.in
Sunday, December 14, 2025
16.1 C
Bhubaneswar

ସିଂହନାଥ ଟି ସେତୁ ନିକଟରେ ପଥ ଚିହ୍ନଟ ଫଳକ ଲଗାଇବାକୁ ଦାବି

ବଡ଼ମ୍ବା :  ପର୍ଯ୍ୟଟନ କ୍ଷେତ୍ର ପ୍ରସିଦ୍ଧ ସିଂହନାଥ ମନ୍ଦିର ନିକଟରେ ନୂତନ ଟି ସେତୁ ନିର୍ମାଣ ପରେ ପ୍ରତ୍ୟେହ ଶହ ଶହ ସଂଖ୍ୟାରେ ଗାଡ଼ି ଏହି ସେତୁ ଦେଇ ଯାତାୟତ କରୁଛି । ଏପରିକି ପ୍ରାଚୀନ ଶୈବପୀଠ ସିଂହନାଥ ମନ୍ଦିରରେ ପ୍ରସ୍ତର କାରୁକାର୍ଯ୍ୟ ଏବଂ ଠାକୁର ଦର୍ଶନ ନିମନ୍ତେ ଅନେକ ଶ୍ରଦ୍ଧାଳୁ ମଧ୍ୟ ପ୍ରତ୍ୟେକ ଦିନ ଆସୁଛନ୍ତି । ତେବେ ଅନେକ ଯାତ୍ରୀ ଏହି ସେତୁ ପାର ହେବା ପରେ ନିର୍ଦ୍ଧିଷ୍ଟ ଭାବେ କେଉଁ ଆଡ଼କୁ ଯିବେ ଅର୍ଥାତ୍ ବାଟ ଜାଣିବା ନେଇ ସମସ୍ୟା ଭୋଗୁଥିବା ଲକ୍ଷ୍ୟ କରାଯାଇଛି। କାରଣ ସେତୁ ଉତ୍ସର୍ଗ ହେବାର ମାସ ମାସ ବିତିଯାଇଥିଲେ ସୁଦ୍ଧା ଏହାର ଗୋପୀନାଥପୁର ପାର୍ଶ୍ବର ସଂଯୋଗ ରାସ୍ତା ଅବା ଛକରେ କୌଣସି ପଥ ଚିହ୍ନଟ ଫଳକ ଏପର୍ଯ୍ୟନ୍ତ ଲଗାଯାଇ ନାହିଁ। ଫଳସ୍ୱରୁପ ଏହି ସେତୁ ଦେଇ ବାଙ୍କୀ, ଖୋର୍ଦ୍ଧା, ଖଣ୍ଡପଡ଼ା, ନୟାଗଡ଼, ସୁନାଖଳା, ରଣପୁର, ବ୍ରହ୍ମପୁର, ବଡ଼ମ୍ବା, ତିଗିରିଆ, ଆଠଗଡ଼, ଢେଙ୍କାନାଳ, ହିନ୍ଦୋଳ, ଅନଗୁଳ, ସମ୍ବଲପୁର ଆଦି ବିଭିନ୍ନ ସ୍ଥାନକୁ ଯାତାୟତ କରୁଥିବା ଲୋକେ ସେତୁ ପାର ହେବା ପରେ କେଉଁ ଦିଗକୁ ଗମନ କରିବେ ସେନେଇ କିଛି କ୍ଷଣ ସମସ୍ୟାରେ ପଡ଼ୁଛନ୍ତି । ଏପରିକି ଅପେକ୍ଷା କରି କୌଣସି ସ୍ଥାନୀୟ ପଥଚାରୀକୁ ଦେଖିଲେ ସେମାନଙ୍କୁ ପଚାରି ଗନ୍ତବ୍ୟ ପଥରେ ଯାତ୍ରୀମାନେ ଯାଉଥିବା ଲକ୍ଷ୍ୟ କରାଯାଇଛି । ଏଭଳି ସମସ୍ୟା ସମାଧାନ ଦିଗରେ ପୂର୍ତ୍ତ ଓ ରାସ୍ତା ନିର୍ମାଣ(ଆର ଆଣ୍ଡ ବି)ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ତଥା ପର୍ଯ୍ୟଟନ ବିଭାଗ ତୁରନ୍ତ ସେତୁ ନିକଟରେ ପଥଚିହ୍ନଟ ଫଳକ ଲଗାଇବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି । ପ୍ରକାଶଯୋଗ୍ୟ ସିଂହନାଥ ପୀଠରେ ମଧ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଏହାର ଅନତି ଦୂରରେ ଥିବା ବଡ଼ମ୍ବାର ଶଶାଙ୍ଗ ଗ୍ରାମ ବିଜେ ମା ଭଟ୍ଟାରିକାଙ୍କ ପୀଠ, ଖାରୋଡ଼ ଗ୍ରାମ ବିଜେ ମା ମହାକାଳୀଙ୍କ ପୀଠ, ଶିଳ୍ପୀଗ୍ରାମ ମାଣିଆବନ୍ଧ, ଡାବରଖୋଲ ଝରଣା (ନରସିଂହପୁର-ବଡ଼ମ୍ବା ସୀମା ସଂଲଗ୍ନ), ଆଠଗଡ଼ ଏବଂ ବାଙ୍କୀ ଉପଖଣ୍ଡର ଅଂଶୁପା, ମା ଚର୍ଚ୍ଚିକାଙ୍କ ପୀଠ,ନ ରସିଂହପୁରର ଚମ୍ପେଶ୍ୱର ଗ୍ରାମସ୍ଥିତ ଚମ୍ପାନାଥ ଶୈବ ପୀଠ, ପଦାମାଳ ଗ୍ରାମ ସନ୍ନିକଟ ପ୍ରାଚୀନ ବାଣେଶ୍ୱରନାସୀ ଶୈବ ପୀଠ, ଜୟପୁର ଗ୍ରାମସ୍ଥ ମା’ ପ୍ରଗଳାଙ୍କ ପୀଠ ତଥା ବାଲିପୁଟସ୍ଥିତ ସାତକୋଶିଆ, କଣ୍ଟିଲୋ ନୀଳମାଧବ ମନ୍ଦିର ଏବଂ ଢେଙ୍କାନାଳ ସପ୍ତଶଯ୍ୟା  ଆଦି ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କରେ ସୂଚନା ଏବଂ ରାସ୍ତା ମାନଚିତ୍ର ପ୍ରଦର୍ଶିତ ହେବା ଜରୁରୀ ବୋଲି ବୁଦ୍ଧିଜୀବୀମାନେ ଆଗ୍ରହ ବ୍ୟକ୍ତ କରିଛନ୍ତି । ଯାହାଫଳରେ ପର୍ଯ୍ୟଟକମାନେ ଏହିସବୁ ପର୍ଯ୍ୟଟନସ୍ଥଳି ବୁଲିଯିବାକୁ ହୁଏତ ଇଛାପ୍ରକାଶ କରିପାରନ୍ତି ବୋଲି ମତପ୍ରକାଶ ପାଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories