ଚୌଦ୍ୱାର : ରାସ୍ତାରେ ଲୋକ ମାନଙ୍କୁ ଲୁଟୁଥିବା ଜଣେ କୁଖ୍ୟାତ ଚୋରକୁ ଚୌଦ୍ୱାର ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଯାଜପୁର ଜିଲା କୋରେଇ ଅଞ୍ଚଳର ଚନ୍ଦୁ ଦାସ(୨୮) । ତା ନିକଟରୁ ସେ ଚୋରି କରିଥିବା ଏକ ବ୍ୟାଗ୍, ବିଭିନ୍ନ ଦରକାରି କାଗଜପତ୍ର, ସିମ୍ କାର୍ଡ଼, ଗୋଟିଏ ମୋବାଇଲ ଫୋନ୍ ଆଦି ଜବତ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ ଚୌଦ୍ୱାର ବେଉରା ସାହିରେ ଭଡ଼ାରେ ରହୁଥିବା କଟକର ଶିବାଶିଷ ଦାସ ଥାନାରେ ଅଭିଯୋଗ କରିଥିଲେ ଯେ ଗତ ରବିବାର ରାତିରେ ସେ ଗାନ୍ଧୀଛକରୁ ବେଉରା ସାହି ଯାଉଥିବାବେଳେ ବ୍ୟାରେଜ ରୋଡ଼ର ଏକ ହୋଟେଲ ସମ୍ମୁଖରେ ଏକ ବାଇରେ ଦୁଇଜଣ ଦୁର୍ବୁତ୍ତ ପଛରୁ ଆସି ଶିବାଶିଷଙ୍କ କାନ୍ଧରେ ଥିବା ବ୍ୟାଗଟିକୁ ଝାମ୍ପିନେଇ ଫେରାର ହୋଇ ଯାଇଥିଲେ। ବ୍ୟାଗରେ ନଗଦ ୧୩ ଶହ ଟଙ୍କା, ଆଧାର, ପ୍ୟାନ୍, ସିମ୍, ମୋବାଇଲ ଆଦି ଥିଲା ବୋଲି ସେ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ। ପୁଲିସ ଘଟଣାର ତଦନ୍ତ କରି ଚନ୍ଦୁକୁ ଗିରଫ କରି ଅଦାଲତ ଚାଲାଣ କରିଛି । ଅନ୍ୟଜଣେ ଫେରାର ଅଛି।
Popular Categories



