www.samajalive.in
Sunday, December 14, 2025
23.1 C
Bhubaneswar

ରାଇତାଲ ଗ୍ରାମରେ ହାତୀ ଉପଦ୍ରବ; ବ୍ୟାପକ ଫସଲ ନଷ୍ଟ

ଦେବଗଡ଼: ଚାଷୀଙ୍କ ନିଦ ହଜାଇ ଦେଇଛନ୍ତି ୨୫ଟିକିଆ ହାତୀ ପଲ। ଦେବଗଡ଼ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ଚାଷୀ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏହି କ୍ରମରେ ଦେବଗଡ଼ ବନାଞ୍ଚଳ ଲଇମୁରା ସେକ୍ସନ ଅନ୍ତର୍ଗତ ରାଇତାଳ ଗ୍ରାମରେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ପନିପରିବା ଏବଂ ଧାନ ଫସଲ ନଷ୍ଟ ହୋଇଥିବା ଦେଖାଯାଇଛି। ପ୍ରାୟ ୫ ଏକର ଜମିରେ ହୋଇଥିବା ଫୁଲକୋବି, ଟମାଟୋ ଓ ବାଇଗଣ ଆଦି ପନିପରିବା ମାଡିଦଳି ନଷ୍ଟ କରି ଦେଇଥିବା ଦେଖାଯାଇଛି। ଏଥିସହ ଗାଁର ବହୁ ଚାଷୀଙ୍କର ଚାଷଜମିରେ ପଶି ଧାନ ଚାଷ ମଧ୍ୟ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ରାତି ଏବଂ ବୁଧବାର ସଂଧ୍ୟାରେ ୨୫ ଟିକିଆ ହାତୀପଲ ଉକ୍ତ ଗାଁରେ ପଶି ବିପିନ ବିହାରୀ ପ୍ରଧାନ, କୁଶଧର ପ୍ରଧାନ, ହୃଦାନନ୍ଦ ପ୍ରଧାନ, ଲବଧର ପ୍ରଧାନ, ବସନ୍ତ ପ୍ରଧାନ, ଗଙ୍ଗାଧର ବେହେରା, ଜଗବନ୍ଧୁ ବେହେରା, ଦୁବରାଜ ବେହେରା, ଅଖିଳ ବେହେରା, ଗୌରାଙ୍ଗ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କ ଛାଷ ଜମିରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ଜଣାପଡ଼ିଛି। ସୂଚନା ପାଇ ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚିବା ସହ ଗ୍ରାମବାସୀଙ୍କ ସହାୟତାରେ ହାତୀ ପଲକୁ ଘଉଡ଼ାଇବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories