www.samajalive.in
Sunday, December 7, 2025
13.1 C
Bhubaneswar

ବୁଲା ଗୋରୁପଲ ଚିନ୍ତାରେ ଉପଜିଲାପାଳ

ଟିଟିଲାଗଡ଼: ଟିଟିଲାଗଡ଼ ପୌର ପରିଷଦରେ ବୁଲା ଗାଈଗୋରୁ ପ୍ରଶାସନ ପାଇଁ ଏକ ଆହ୍ୱାନ ପାଲଟିଛି। ବୁଲା ଗୋରୁଙ୍କ ପାଇଁ ନାଗରିକ ଅତିଷ୍ଠ ହୋଇ ପଡିଲେଣି। ତେବେ ଏ ଦିଗରେ ପୌର ପ୍ରଶାସନ ନୀରବଦ୍ରଷ୍ଟା ସାଜି ବସିଥିବା ବେଳେ ଶେଷରେ ଟିଟିଲାଗଡ଼ ଉପଜିଲାପାଳ ମନୋଜ ସତ୍ୟୱାନ ମହାଜନ ମୋର୍ଚା ସମ୍ଭାଳିଛନ୍ତି। ଏନେଇ ଗୁରୁବାର ଉପଜିଲାପାଳ ପୌର ସଭା ଗୃହରେ ସମସ୍ତ କାଉନସିଲର, ସହରର ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତାଙ୍କୁ ଡାକି ବ୍ୟାପକ ବିଚାର ବିମର୍ସ କରିଥିଲେ। ସମସ୍ତଙ୍କ ସହମତିରେ ଆସନ୍ତା କାଲିଠାରୁ ୭ ଦିନ ବ୍ୟାପୀ କେହି ନିଜ ଗୋସମ୍ପଦ ପଦାରେ ନଛାଡିବାକୁ ଡାକବାଜି ଯନ୍ତ୍ର ଯୋଗେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ। ତାପରେ ସହରରେ ବୁଲୁଥିବା ଗାଈଗୋରୁଙ୍କୁ ପ୍ରଶାସନ ନିଜ ହେପାଜତକୁ ସବୁ ଦିନ ପାଇଁ ନେଇଯିବ ବୋଲି ଉପଜିଲାପାଳ କହିଛନ୍ତି। ବୈଠକରେ ଉପସ୍ଥିତ ବଲାଙ୍ଗୀର କଳାହାଣ୍ଡି ତଥା ନୂଆପଡା ଜିଲା ଓମଫେଡ଼ ମହାପ୍ରବନ୍ଧକ ଡଃ. ସରୋଜ ସାହୁ ବଲାଙ୍ଗୀର ସହରରେ ଆମେ ଏହି ଯୋଜନା ସାକାର କରିସାରିଛୁ। ରାସ୍ତାରେ ବୁଲୁଥିବା ଗାଈଙ୍କୁ ଆଖପାଖ ଗ୍ରାମର ଦୁଗ୍ଧ ଚାଷୀଙ୍କୁ ପ୍ରଦାନ କରାଯାଇଛି। ବଳଦଙ୍କୁ ଚାଷୀଙ୍କୁ ଦିଆଯାଇଛି। ଦୁର୍ବଳ ଗାଈଗୋରୁଙ୍କୁ ଗୋଶାଳାରେ ରଖାଯାଇଛି। ଏହି ଯୋଜନାକୁ ଟିଟିଲାଗଡ଼ ସହରରେ ସଫଳ ରୂପାନୟନ ପରେ ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜି ଏବଂ ପାଟଣାଗଡ଼ ସହରକୁ ନେଇ କାର୍ଯ୍ୟ କରାଯିବ ବୋଲି ଓମଫେଡ ମହାପ୍ରବନ୍ଧକ କହିଛନ୍ତି। ଟିଟିଲାଗଡ଼ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପରମାନନ୍ଦ ସେଠୀ ସରକାରଙ୍କ ପକ୍ଷରୁ ବୁଲା ଗାଈଗୋରୁଙ୍କ ଚାରା ତଥା ଅନ୍ୟାନ୍ୟ ସୁବିଧା ଉପଲବ୍ଧ ପାଇଁ ପାଣ୍ଠିର ଅଭାବ ନାହିଁ ବୋଲି କହିଥିଲେ। ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୌରାଧ୍ୟକ୍ଷ ମମତା ଜୈନ, ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିନିଧି ଅରୁଣ ମିଶ୍ର, ଟିଟିଲାଗଡ଼ ବ୍ୟବସାୟୀ ସଂଘ ସଭାପତି ଶମ୍ଭୁପ୍ରସାଦ ଗୋୟଲ, ଟିଟିଲାଗଡ଼ ନାଗରିକ ମଞ୍ଚ ସମ୍ପାଦକ ଦୀପକ ସମ୍ମାଦାର, ଟିଟିଲାଗଡ଼ ବିକାଶ ସେନା ସଭାପତି ଇଂ ଅମ୍ଲାନ ଷଡ଼ଙ୍ଗୀ, ସ୍ଥାନୀୟ ଗୋଶାଳା ପରିଚାଳକ ଜେନା ବାବୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories