www.samajalive.in
Sunday, December 14, 2025
26.1 C
Bhubaneswar

ବାଜିଲା ଗୁଜରାଟ ନିର୍ବାଚନ ବିଗୁଲ; ଡିସେମ୍ବର ୧ ଓ ୫ ତାରିଖରେ ହେବ ନିର୍ବାଚନ

ନୂଆଦିଲ୍ଲୀ: ବାଜିଲା ଗୁଜରାଟ ବିଧାନସଭା ନିର୍ବାଚନ ବିଗୁଲ । ସାମ୍ବାଦିକ ସମ୍ମଳନୀରେ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ୨ଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ହେବା ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଡିସେମ୍ବର ୧ ଓ ଡିସେମ୍ବର ୫ ତାରିଖରେ ବିଧାନସଭା ନିର୍ବାଚନ ହେବା ନେଇ କୁହାଯାଇଛି । ମୋଟ୍‌ ୧୮୨ଟି ବିଧାନସଭା ଆସନ ପାଇଁ ଚଳିତ ​‌ନିର୍ବାଚନ ହେବ । ଗୁଜରାଟର ୩୩ ଜିଲ୍ଲାର ୪କୋଟି ୯୦ ଲକ୍ଷ ଭୋଟର ନିଜର ମତ ସାବ୍ୟସ୍ତ କରିବେ ।

ପ୍ରଥମ ପର୍ଯ୍ୟାୟ ପାଇଁ ନଭେମ୍ବର ୫ରୁ ୧୪ ଯାଏଁ ନାମାଙ୍କନ ଦାଖଲ କରିହେବ । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନଭେମ୍ବର ୧୦ରୁ ୧୭ ତାରିଖଯାଏ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରାର୍ଥୀ । ଡିସେମ୍ବର ୮ରେ ଭେଟ୍‌ ଗଣତି କରାଯିବା ନେଇ ପ୍ରେସମିଟରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି ।

- Advertisement -

ସୂଚନା ଥାଉକି, ଗତଥର ମଧ୍ୟ ଗୁଜୁରାଟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯାଇଥିଲା । ୨୦୧୭ ଅକ୍ଟୋବର ୨୫ ତାରିଖରେ ନିର୍ବାଚନ ହେବା ନେଇ ତାରିଖ ଘୋଷଣା ହୋଇଥିଲା । ୧୪ ନଭେମ୍ବର ୨୦୧୭ରେ ପ୍ରଥମ ପର୍ଯ୍ୟାୟ ଓ ୨୦ ନଭେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।  ପ୍ରଥମ ପର୍ଯ୍ୟାୟରେ ୮୯ଟି ଆସନ ନାଇଁ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୯୩ଟି ଆସନରେ ମତଦାନ କରାଯାଇଥିଲା । ସେହିପରି ଡିସେମ୍ବର ୯ ତରିଖରେ ପ୍ରଥମ ପର୍ଯ୍ୟାୟରେ ଫଳାଫଳ ପ୍ରକାଶ ପାଇଥିଲା । ଡିସେମ୍ବର ୧୪ରେ ଦ୍ୱିତୀୟ ପର୍ଯ୍ୟୟ ପାଇଁ ଫଳାଫଳା ଘୋ​‌ଷଣା କରାଯାଇଥିଲା ।

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories