www.samajalive.in
Saturday, December 13, 2025
14.1 C
Bhubaneswar

ଅବସରର ୬ ମାସ ପୂର୍ବରୁ ପେନ୍‌ସନ ଉଠାଇବାକୁ ଅନୁମତି

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପେନ୍‌ସନ ସ୍କିମ୍‌ରେ ବଡ଼ ପରିବର୍ତ୍ତନ କରିଛନ୍ତି ସରକାର। ଏଣିକି ଅବସରର ୬ ମାସ ପୂର୍ବରୁ ପେନସନ କାଢ଼ିପାରିବେ। ପୂର୍ବରୁ ୬ ମାସ ପୂରା ହେବା ପରେ ହିଁ ପେନ୍‌ସନ୍‌ କାଢ଼ିପାରିବା ନେଇ ଅନୁମତି ରହିଥିଲା। ଏବେ ଦେଶରେ ୬ କୋଟିରୁ ଅଧିକ ଇପିଏଫଓରେ ଅଛନ୍ତି। କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବ ମଙ୍ଗଳବାର କହିଛନ୍ତି; ଇପିଏଫଓ ଏବେ ୬.୫ କୋଟିରୁ ୧୦ କୋଟିକୁ ବଢ଼ାଯିବ। ଏହା ସହ ସେ ଇପିଏଫଓ ଭିଜନ ୨୦୪୭ ଦସ୍ତାବିଜର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ସୁବିଧା ଦ୍ବାରା ପେନସନଭୋଗୀଙ୍କୁ ଅବସର ଲାଭର ନିର୍ଦ୍ଧାରଣ ସମୟରେ ଅଧିକ ପେନ୍‌ସନ ପାଇବାରେ ସହାୟକ ହେବ। ଏ ପର୍ଯ୍ୟନ୍ତ ଇପିଏଫଓ ହିତାଧିକାରୀଙ୍କୁ ଚାକିରିରୁ ଅବସର ନେବାର ୬ ମାସରୁ କମ୍ ସମୟ ବାକି ରହିଥିଲେ କେବଳ ଇପିଏଫରୁ ଜମା ରାଶି କାଢ଼ିପାରିବା ନେଇ ଅନୁମତି ଥିଲା।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories