www.samajalive.in
Monday, December 8, 2025
13.1 C
Bhubaneswar

ରୁଷର ମିଜାଇଲ ଆକ୍ରମଣରେ କିଭ୍‌ ଅନ୍ଧାର; ଜଳୁନି ଆଲୁଅ, ମିଳୁନି ପାଣି

କିଭ୍‌: ଥମୁନି ରୁଷ-ୟୁକ୍ରେନ୍‌ ଯୁଦ୍ଧ । ଉଭୟ ଦେଶ ମଧ୍ୟରେ ଏବେ ବି ଘମାଘୋଟ ଲଢ଼େଇ ଜାରି ରହିଛି । ୟୁକ୍ରେନ ରାଜଧାନୀ କିଭରେ ରୁଷିଆ ମିଜାଇଲ ଆକ୍ରମଣ କରିଛି । ମିଜାଇଲ ମାଡ଼ରେ କିଭର ୮୦% ଅଞ୍ଚଳ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଛି । ଅନ୍ଧାରରେ କିଭବାସୀ ରହିଥିବା ବେଳେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ବିଦ୍ୟୁତ୍‌ ନଥିବା ଯୋଗୁଁ ଅଧିକାଂଶ ଘରକୁ ସପ୍ଲାଏ ପାଣି ଯାଇପାରୁନାହିଁ । ତେଣୁ ଲୋକ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ସେପଟେ, ପରମାଣୁ ଆକ୍ରମଣ ଯୋଜନା କହୁଥିବା ରୁଷ୍‌ ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ନେଇ ରୁଷ୍‌ର କୌଣସି ଯୋଜନା ନାହିଁ ବୋଲି କହିଛି । ଚାଲିଥିବା ସମରାଭ୍ୟାସ ଏହା ବାର୍ଷିକ ପରମାଣୁ ସମରାଭ୍ୟାସ କରିଛି । ଏହି ସମରାଭ୍ୟାସରେ ନିୟମିତ ଭାବେ ପ୍ରତିବର୍ଷ ହୋଇଥାଏ । ତେବେ ୟୁକ୍ରେନ ସହିତ ଯୁଦ୍ଧ ଲାଗି ରହିଥିବା ସମୟରେ ରୁଷ୍ ଏପରି ସମରାଭ୍ୟାସ କରିବାକୁ ନେଇ ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଉଦ୍‌ବେଗ ପ୍ରକାଶ କରିଛନ୍ତି । ରୁଷ୍‌ର ଏହି ସମରାଭ୍ୟାସକୁ ରାଷ୍ଟ୍ରପତି ପୁଟିନ କ​‌ଣ୍ଟେ୍ରାଲ ରୁମ୍‌ରେ ଥାଇ ଅନୁଧ୍ୟାନ କରୁଛନ୍ତି । ରୁଷ୍‌ର ପରମାଣୁ ସମରାଭ୍ୟାସକୁ ପୂର୍ବରୁ ନାଟୋ ଏହାର ପରମାଣୁ ସମରାଭ୍ୟାସ ଆରମ୍ଭ କରିସାରିଛି।

- Advertisement -

‘ବେଲଜିୟମ୍‌ରେ ଚାଲିଥିବା ଏହି ସମରାଭ୍ୟାସ ଅକ୍ଟୋବର ୩୦ରେ ଶେଷ ହୋଇଛି । ଏହି ସମରାଭ୍ୟାସରେ ୧୪ଟି ଦେଶ ଭାଗ ନେଇଥିଲେ । ନାଟୋ ମହାସଚିବ ଜେନ୍ସ ଷ୍ଟୋଲଟେନବର୍ଗ କହିଛନ୍ତି ଯେ ନାଟୋ ନିଜର ପରମାଣୁ ଦକ୍ଷତା ପ୍ରଦର୍ଶନ ନିମନ୍ତେ ଏହି ସମରାଭ୍ୟାସ କରୁଛି। ଅନ୍ୟପଟେ, ୟୁକ୍ରେନରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ନେଇ ରୁଷ୍‌ର କୌଣସି ଯୋଜନା ନାହିଁ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି। ନିକଟରେ ଆନ୍ତର୍ଜାତିକ ବିଦେଶ ନୀତି ବିଶେଷଜ୍ଞ ସମ୍ମିଳନୀରେ ଯୋଗଦେଇ ରୁଷ୍‌ ରାଷ୍ଟ୍ରପତି ପୁଟିନ ଏହା କହିଥିବା ଜଣାପଡ଼ିଛି ।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories