www.samajalive.in
Thursday, December 11, 2025
16.1 C
Bhubaneswar

ଜମିବାଡ଼ି ବିବାଦ: ୩ ପରିବାରକୁ ବାସନ୍ଦ

ପରଜଙ୍ଗ: ପରଜଙ୍ଗ ଥାନା ଅନ୍ତର୍ଗତ ପରମହଂସପୁର ଗାଁରେ ଜମିବାଡି ବିବାଦକୁ ନେଇ ୩ଟି ପରିବାର ଲୋକଙ୍କୁ ଗ୍ରାମବାସୀ ବାସନ୍ଦ କରି ରଖିଥିବା ପରଜଙ୍ଗ ଥାନା ପୁଲିସ ନିକଟରେ ବୁଧବାର ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ ଯେ ଜମିବାଡିକୁ ନେଇ ଗତ ତିନିବର୍ଷ ହେଲା ଗ୍ରାମବାସୀ ନୃସିଂହ ପଟ୍ଟନାୟକ ଓ ପରମାନନ୍ଦ ପଟ୍ଟନାୟକଙ୍କ ପରିବାରକୁ ଏକଘରିଆ କରି ବାସନ୍ଦ କରିଥିଲେ। ପୁଣି ମଙ୍ଗଳବାର ଆଉ ଗୋଟିଏ ପରିବାରକୁ ବାସନ୍ଦ କରିଥିବା ଅଭିଯୋଗରୁ ପ୍ରକାଶ। ଏନେଇ ବୁଧବାର ସ୍ୱର୍ଗତଃ ସୁଦର୍ଶନ ପଟ୍ଟନାୟକଙ୍କ ପୁଅ କାଳିଆ ପଟ୍ଟନାୟକଙ୍କ ପରିବାରର ୪ଜଣ ସଦସ୍ୟଙ୍କୁ ଗାଁରୁ ବାସନ୍ଦ କରାଯାଇଥିବା ଜଣାପଡିଛି। କାଳିଆ ତାଙ୍କ
ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଯେ ୩ବର୍ଷ ହେଲା ତାଙ୍କ ବଡବାପା ନୃସିଂହ ପଟ୍ଟନାୟକ ଓ ପରମାନନ୍ଦ ପଟ୍ଟନାୟକଙ୍କୁ ଗ୍ରାମବାସୀ ବାସନ୍ଦ କରି ରଖିଥିଲେ। ଏ ଘଟଣା ବି ପୂର୍ବରୁ ପରଜଙ୍ଗ ଥାନାକୁ ଆସିଥିଲା। ବାସନ୍ଦ ସପକ୍ଷରେ କାଳିଆ ଓ ତାଙ୍କ ଭାଇ ବିଶ୍ୱଜିତ ସାକ୍ଷୀ ଦେବାରୁ ସେମାନଙ୍କୁ ୨ଦିନ ହେଲା ଗାଁରେ ଗ୍ରାମ ସଭା ଡକାଯାଇ ବାସନ୍ଦ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଉପରୋକ୍ତ ୩ ପରିବାର ଦୀର୍ଘବର୍ଷ ହେଲା ଏକ ଜମିକୁ ବଂଶାନୁକ୍ରମେ ଜବରଦଖଲ କରି ଚଳିଆସୁଛନ୍ତି। ଏହି ଜମିକୁ ଗାଁ କମିଟିକୁ ଦେଇଦେବା ପାଇଁ ଗ୍ରାମବାସୀ ଜୋରଜବରସ୍ତ କରୁଥିବାରୁ ସେମାନେ ଦଖଲରେ ରହିଥିବାରୁ ନଛାଡିବା ପାଇଁ ମନାକରିଥିଲେ। କାହିଁକି ମନା କଲେ ବୋଲି ଗ୍ରାମବାସୀ ଏନେଇ ବାସନ୍ଦ କରିଛନ୍ତି ବୋଲି ଅଭିଯୋଗରୁ ପ୍ରକାଶ। ଏହି ତିନି ପରିବାର ପ୍ରାୟ ଛୁଆପିଲା ମିଶି ୨୩ଜଣ ସଦସ୍ୟଙ୍କୁ ବାସନ୍ଦ କରାଯାଇଛି। ସାମାଜିକ ବାସନ୍ଦ ଯୋଗୁଁ ତିନି ପରିବାର ନାହିଁ ନଥିବା ଅସୁବିଧା ହେଉଛନ୍ତି ବୋଲି ପୁଲିସ ନିକଟରେ ଜଣାଇଛନ୍ତି। ସାମାଜିକ ଚଳଣିର ବିଭିନ୍ନ କ୍ଷେତ୍ରରେ ଏମାନଙ୍କୁ କୌଣସି ପ୍ରକାର ସହଯୋଗ ନକରି ଦୂରେଇ ରଖାଯାଉଛି। ସାମାଜିକ ଚଳଣିରେ ୩ ପରିବାରର ଲୋକେ ମାନସିକ ସ୍ତରରେ ନିର୍ଯାତିତ ହେଉଛନ୍ତି। ଏହି ପରିବାର ଲୋକଙ୍କ ସହିତ ଗାଁର ଅନ୍ୟକୌଣସ ବ୍ୟକ୍ତି କଥାବାର୍ତ୍ତା ହେଲେ ଧରାପଡିଲେ ଏକ ହଜାର ଟଙ୍କା ତଣ୍ଡ ଗଣିବାକୁ ନିର୍ଦେଶ ରହିଛି। ଏହି ସାମାଜିକ ବାସନ୍ଦକୁ ନେଇ ତିନି ପରିବାର ନିର୍ଯାତନା ଭୋଗୁଛନ୍ତି। ଜିଲା ପୁଲିସ ପ୍ରଶାସନ ଓ ଜିଲାପାଳ ଦୃଷ୍ଟିଦେଇ ଉଭୟଙ୍କ ମଧ୍ୟରେ ରହିଥିବା ସମସ୍ୟାର ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି ବାସନ୍ଦ ପରିବାର। ଏନେଇ ପରଜଙ୍ଗ ଥାନା ଏସ୍‍ଆଇ ଅନାଦି ଚରଣ ପଟ୍ଟାୟତ ଉଭୟଙ୍କୁ ଡାକି ସମାଧାନ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ବୋଲି କୁହନ୍ତି। ଗ୍ରାମ ପରିଚାଳନା କମିଟି ସଭାପତିଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories