www.samajalive.in
Saturday, December 13, 2025
21.1 C
Bhubaneswar

ଅଭୟାରଣ୍ୟରେ ପଶି ଗୋରୁଚାଲାଣ ଉଦ୍ୟମ ; ୧୨ ଗିରଫ

ନରସିଂହପୁର : ନରସିଂହପୁର ଥାନା ଅନ୍ତର୍ଗତ ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟ ଜଙ୍ଗଲ ଭିତରକୁ ପଶି ସେଠାରୁ କଲକାତାକୁ ଗୋରୁ ଚୋରାଚାଲାଣ ଉଦ୍ୟମ କରୁଥିବା ୧୨ଜଣଙ୍କୁ ବନବିଭାଗ ଗିରଫ କରିଛି।

ସାତକୋଶିଆ ଅଭୟାରଣ୍ୟର ଟିକରପଡା ଓ ଜିଲିଣ୍ଡା ଅଞ୍ଚଳରେ କେତେକଲୋକ ଅବାଧ ପ୍ରବେଶକରି ସେଠାରୁ ଗୋରୁଚାଲାଣ ଉଦ୍ୟମ କରୁଥିବା ଖବରପାଇ ଅନୁଗୋଳ ଏସିଏଫ୍‍ ରାଜକିଶୋର ସ୍ୱାଇଁ, ଶୁଭେନ୍ଦୁ ପ୍ରସାଦ ବେହେରା, ଡିଏଫ୍‍ଓ ସାଇଦ୍‍ ରେହମନ୍‍ଙ୍କ ନେତୃତ୍ୱରେ ଜିଲିଣ୍ଡା ବନ୍ୟ ପ୍ରାଣୀବିଭାଗ ରେଞ୍ଜର ହରିଶ ପ୍ରଧାନ, ରେଞ୍ଜର ବଜେନ୍ଦ୍ର ବେହେରା, ବଳଭଦ୍ର ପଟ୍ଟନାୟକଙ୍କ ସହଯୋଗରେ ଚଢଉ କରାଯାଇଥିଲା। କଟରଙ୍ଗ, ହାତୀବାରି ଓ ବାଙ୍କଧର ଗ୍ରାମ ନିକଟରୁ ୧୨ଜଣଙ୍କୁ କାବୁ କରାଯାଇଥିବା ବେଳେ ଶତାଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା। ଗିରଫମାନେ ହେଲେ ଇବ୍ରାହିମ୍‍ ଖାନ୍‍ (୩୫), ଖୋର୍ଦ୍ଧା ଜିଲା ଅନ୍ତର୍ଗତ କେରେଙ୍ଗା ଗ୍ରାମର ସନ୍ତୋଷ ପ୍ରଧାନ (୪୦), ସନ୍ତୋଷ ଲେଙ୍କା (୨୫) , ସୋମନାଥ ଧଳ (୫୮), ପ୍ରକାଶ ଲେଙ୍କା (୩୮), ପ୍ରସନ୍ନ ସାହୁ (୩୫), ସୋମନାଥ ରାଉତ (୪୫) ଓ ଲକ୍ଷ୍ମଣ ଜାଲ୍‍, ବୌଦ୍ଧ ଜିଲା ଅନ୍ତର୍ଗତ ହରଭଙ୍ଗା ଥାନା ବାଘମୁଣ୍ଡା ଗ୍ରାମର ବିଭୂତି ସ୍ୱାଇଁ (୨୫), ଅନୁଗୋଳ ଜିଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଳିସାହି ଗ୍ରାମର ରବୀନ୍ଦ୍ର ପ୍ରଧାନ (୪୦) ଓ ଅଭିମନ୍ୟୁ ପଣ୍ଡା (୨୭) ଏବଂ ଲକ୍ଷେନଗର ଗ୍ରାମର ବିଜୟ ବିଶି (୩୫)। ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଟିକରପଡା ଓ ଜିଲିଣ୍ଡାର ବିଭିନ୍ନ ସ୍ଥାନରେ ରହି ଏମାନେ ଆଠମଲ୍ଲିକ, ଖୋର୍ଦ୍ଧା ଦେଇ କଲକାତାକୁ ଗୋରୁଚାଲାଣ ଉଦ୍ଦେଶ୍ୟରେ ଜଙ୍ଗଲ ଭିତରକୁ ଅନୁପ୍ରବେଶ କରିଥିବା ବନବିଭାଗ ସମ୍ମୁଖରେ ସ୍ୱୀକାର କରିଥିଲେ।

- Advertisement -

ସମସ୍ତଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରାଯାଇଥିଲା ଏବଂ ସେଠାରେ ଜାମିନ୍‍ ନାମଞ୍ଜୁର ହେବାରୁ ଜେଲ୍‍କୁ ପଠାଇ ଦିଆଯାଇଥିବା ଡିଏଫ୍‍ଓ ଶ୍ରୀ ରେହେମନ୍‍ ସୂଚନା ଦେଇଛନ୍ତି। ଉଦ୍ଧାର କରାଯାଇଥିବା ଶତାଧିକ ଗୋରୁଙ୍କୁ ମୁକ୍ତ କରିଦିଆଯାଇଥିଲା। ଗିରଫ ବ୍ୟକ୍ତିମାନଙ୍କୁ ହାତବାରିସି କରି ଗୋରୁମାଫିଆମାନେ ଏଠାରୁ ଏଭଳି ନିୟମିତ ଭାବେ କଲକାତାକୁ ଗୋରୁଚାଲାଣ କରୁଥିବା ସନ୍ଦେହ କରାଯାଉଛି। ତେଣୁ ଉକ୍ତ ରାକେଟ୍‍କୁ ଧରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories