www.samajalive.in
Monday, December 8, 2025
24.1 C
Bhubaneswar

କୋହଲିଙ୍କ ରେକର୍ଡ଼ ; ୧୧ଟି ଇନିଂସରୁ ଏକ ହଜାର ରନ

ବିଶାଖାପାଟଣା : ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ କ୍ରମାଗତ ଦ୍ଵିତୀୟ ଦିନିକିଆରେ ଶତକ ହାସଲ କରି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦିନିକିଆ କ୍ୟାରିୟରରେ ୩୭ ତମ ଶତକ ହାସଲ କରିଛନ୍ତି। ଗୌହାଟୀରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ସେ ୩୬ ତମ ଶତକ ହାସଲ କରିଥିଲେ। ତେବେ ଅଧିନାୟକ ଭାବେ ଏହା ତାଙ୍କର ୧୫ ତମ ଶତକ। ଏହି ମ୍ୟାଚରେ କୋହଲି ଅନେକ ଗୁଡିଏ ରେକର୍ଡର ଅଧିକାରୀ ହୋଇଛନ୍ତି।

ସୂଚନା ଯୋଗ୍ୟ କୋହଲି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଗତ ତିନୋଟି ଦିନିକିଆରେ କ୍ରମାଗତ ଶତକ ହାସଲ କରିଛନ୍ତି। ଏହା ପୂର୍ବରୁ ୨୦୧୭ରେ କିଙ୍ଗଷ୍ଟନରେ ୧୧୧, ଗୌହାଟୀରେ ୧୪୦ ଏବଂ ବୁଧବାର ବିଶାଖାପାଟଣା ମ୍ୟାଚରେ ସେ ଶତକ ହାସଲ କରିଛନ୍ତି। ଏହା ସହିତ ଗୋଟିଏ ବର୍ଷରେ ସବୁଠୁ କମ୍  ଇନିଂସରେ ୧୦୦୦ ରନ ପୂରଣ କରିବାର ରେକର୍ଡ କରିଛନ୍ତି। ୨୦୧୮ରେ ସେ ମାତ୍ର ୧୧ଟି ଇନିଂସରୁ ଏହି ଏକ ହଜାର ରନ ସଂଗ୍ରହ କରିଛନ୍ତି।

- Advertisement -

ଅନ୍ୟ ପକ୍ଷରେ କୋହଲି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ସବୁଠୁ କମ୍ ଇନିଂସରେ ଅଧିକ ରନ କରିବା ବ୍ୟାଟ୍ସମ୍ୟାନ ହେବାର ଗୌରବ ଅର୍ଜନ କରିଛନ୍ତି। ଦମଦାର ବ୍ୟାଟିଂ ବଳରେ ସେ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି। ସଚିନ ୩୯ଟି ଇନିଂସରୁ ଇଣ୍ଡିଜ ବିପକ୍ଷରେ ୧୫୭୩ ରନ କରିଥିବା ବେଳେ କୋହଲି ମାତ୍ର ୨୯ଟି ଇନିଂସରେ ଇଣ୍ଡିଜ ବିପକ୍ଷରେ ସର୍ବାଧିକ ରନ୍ କରିବାର ରେକର୍ଡ କରିଛନ୍ତି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories