www.samajalive.in
Sunday, December 7, 2025
26.1 C
Bhubaneswar

ମହିଳାଙ୍କୁ ଜୀବନ୍ତ ଗିଳିଲା ଅଜଗର; ପେଟ ଚିରି ଉଦ୍ଧାର ହେଲା ମୃତଦେହ

ଡେସ୍କ: ମହିଳାଙ୍କୁ ଜୀବନ୍ତ ଗିଳିଦେଲା ଅଜଗର, ଯାହାପରେ ସମଗ୍ର ଗାଁ ଆତଙ୍କିତ ହୋଇପଡିଛି। ସାମାଜିକ ଗଣମାଧ୍ୟରେ ଏହି ଘଟଣା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ଇଣ୍ଡୋନେସିଆରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା। ୨୨ ଫୁଟ ଲମ୍ବର ଏକ ଅଜଗର ଜଣେ ୫୪ ବର୍ଷୀୟା ମହିଳାଙ୍କୁ ଜୀବନ୍ତ ଗିଳି ଦେଇଛି, ଯାହା ସମସ୍ତଙ୍କ ପାଦ ତଳୁ ମାଟି ଖସାଇ ଦେଇଛି।

ସୂଚନା ଅନୁସାରେ, ୫୪ ବର୍ଷୀୟା ମହିଳା ରବର ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇ ଆଉ ଫେରି ନଥିଲେ। ଯେତେବେଳେ ସ୍ଥାନୀୟ ଲୋକେ ପ୍ରାୟ ଦୁଇ ଦିନ ଧରି ନିଖୋଜ ଥିବା ମହିଳାଙ୍କୁ ଖୋଜିବା ଆରମ୍ଭ କରିଥିଲେ, ସେତେବେଳେ ସେମାନେ ୨୨ ଫୁଟ ଲମ୍ବର ଏକ ଅଜଗର ଦେଖିଲେ, ଯାହାର କି ପେଟ ଫୁଲିଥିଲା। ସନ୍ଦେହ ହେବାରୁ ଅଜଗରର ପେଟ କଟାଯାଇଥିଲା। ଏହାପରେ ଅଜଗର ପେଟରୁ ସେମାନେ ମହିଳାଙ୍କ ଶରୀରର ଅଂଶବିଶେଷ ପାଇଥିଲେ, ଯାହାର ଫଟୋ ଏବଂ ଭିଡିଓ ଇଣ୍ଟରନେଟରେ ପବନ ପରି ଭାଇରାଲ ହେଉଛି। ଫଟୋ ଏବଂ ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ଭୟଭୀତ ହୋଇ ଯାଇଛନ୍ତି।

- Advertisement -

ଏହାପୂର୍ବରୁ ୨୦୧୭ରେ ପଶ୍ଚିମ ସୁଲାୱେସୀ ଦ୍ୱୀପରେ ଏକ ଅଜଗର ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଗିଳି ଦେଇଥିଲା ଓ ପରେ ଅଜଗର ପେଟ ଚିରି ତାଙ୍କ ମୃତଦେହ ବାହାର କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଇଣ୍ଡୋନେସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ଅନ୍ୟାନ୍ୟ ଅଞ୍ଚଳରେ ବହୁ ସଂଖ୍ୟାରେ ଅଜଗର ଦେଖିବାକୁ ମିଳିଥାଏ। ଏହି ଅଜଗର ଶିକାରକୁ ପ୍ରଥମେ ନିଜର ତୀକ୍ଷ୍ଣ ବକ୍ର ଦାନ୍ତରେ ଧରିଥାନ୍ତି ଏବଂ ଏହାକୁ ପୁରା ଗିଳିବା ପୂର୍ବରୁ ଏହାକୁ ଶ୍ୱାସରୁଦ୍ଧ କରି ମାରିଦିଅନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories