www.samajalive.in
Thursday, December 11, 2025
18.1 C
Bhubaneswar

ଭାରତର ଅଧିକାଂଶ ଅଂଚଳରେ ଦେଖିହେବ ଆଂଶିକ ସୂର୍ଯ୍ୟପରାଗ

ଡେସ୍କ: ଆଜି ସନ୍ଧ୍ୟାରେ ଭାରତରେ ଆଂଶିକ ସୂର୍ଯ୍ୟପରାଗ ଆରମ୍ଭ ହୋଇଛି ଏବଂ ଏହା ଗୁଜୁରାଟର ଦ୍ୱାରକା ଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ଉତ୍ତରପୂର୍ବାଂଚଳର କିଛି ଅଂଶ ସମେତ ଭାରତର ଅଧିକାଂଶ ଭାଗରେ ଆଂଶିକ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ। ତେବେ ସୂର୍ଯ୍ୟାସ୍ତ ପରେ ଏହି ପ୍ରକ୍ରିୟା ସକ୍ରିୟ ରହିବା ହେତୁ ସୂର୍ଯ୍ୟପରାଗର ସମାପ୍ତି ଭାରତରୁ ଦୃଶ୍ୟମାନ ହେବ ନାହିଁ।

ଦେଶର ଉତ୍ତର-ପଶ୍ଚିମ ଭାଗରେ ସର୍ବାଧିକ ସୂର୍ଯ୍ୟପରାଗ ସମୟରେ ଚନ୍ଦ୍ର ଦ୍ୱାରା ସୂର୍ଯ୍ୟଙ୍କ ଅନ୍ଧକାର ପ୍ରାୟ ୪୦ରୁ ୫୦ ପ୍ରତିଶତ ହେବ। ଦେଶର ଅନ୍ୟ ଭାଗରେ ଏହା କମ୍ ରହିବ। ଦିଲ୍ଲୀରେ ୪୪ ଏବଂ ମୁମ୍ବାଇରେ ଏହା ୨୪ ପ୍ରତିଶତ ହେବ। ଆରମ୍ଭରୁ ସୂର୍ଯ୍ୟାସ୍ତ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟପରାଗର ଅବଧି ଦିଲ୍ଲୀରେ ଏକ ଘଣ୍ଟା ତେର ମିନିଟ୍ ଏବଂ ମୁମ୍ବାଇରେ ଏକ ଘଣ୍ଟା ୧୯ ମିନିଟ୍ ହେବ।

- Advertisement -

ସେହିପରି ଚେନ୍ନାଇ ଏବଂ କୋଲକାତାରେ ଆରମ୍ଭରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସ୍ୱର୍ଯ୍ୟପରାଗର ଅବଧି ଯଥାକ୍ରମେ ୩୧ ମିନିଟ୍ ଏବଂ ୧୨ ମିନିଟ୍ ହେବ। ଦ୍ୱାରକାଠାରେ ଆଂଶିକ ସୂର୍ଯ୍ୟପରାଗ ଏକ ଘଣ୍ଟା ୪୪ ମିନିଟ୍ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ଦୀପାବଳିର ଗୋଟିଏ ଦିନ ପରେ ଆଂଶିକ ସୂର୍ଯ୍ୟପରାଗ ଘଟିଛି। ୟୁରୋପ, ମଧ୍ୟ ପ୍ରାଚ୍ୟ, ଆଫ୍ରିକାର ଉତ୍ତର-ପୂର୍ବ ଭାଗ, ପଶ୍ଚିମ ଏସିଆ, ଉତ୍ତର ଆଟଲାଣ୍ଟିକ୍ ମହାସାଗର ଏବଂ ଉତ୍ତର ଭାରତ ମହାସାଗରିୟା ଅଂଚଳରେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେଉଛି।

୨୦୨୭ ଅଗଷ୍ଟ ୨ରେ ଭାରତରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ହେବ। ଅମାବାସ୍ୟା ଦିନ ଯେତେବେଳେ ଚନ୍ଦ୍ର, ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଆସେ ଏବଂ ଯେତେବେଳେ ତିନୋଟି ସମତୁଲ ହୁଏ ସେତେବେଳେ ସୂର୍ଯ୍ୟପରାଗ ହୁଏ। ତେବେ ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟକୁ ଖାଲି ଆଖିରେ ଦେଖିବା ଉଚିତ୍ ନୁହେଁ। ଚନ୍ଦ୍ର ସୂର୍ଯ୍ୟର ଅଧିକାଂଶ ଅଂଶକୁ ଆଚ୍ଛାଦନ କଲେ ମଧ୍ୟ ଏହା ଆଖିର ସ୍ଥାୟୀ କ୍ଷତି ଘଟାଇବ ବୋଲି କୁହାଯାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories