www.samajalive.in
Friday, December 12, 2025
16.1 C
Bhubaneswar

ମେଲବର୍ଣ୍ଣରେ ଭାରତ-ପାକିସ୍ତାନ ମହା ମୁକାବିଲା, ଫିଲ୍ଡିଂ କରିବ ଭାରତ

ମେଲବର୍ଣ୍ଣ: ଆଜି ଭାରତ-ପାକିସ୍ତାନ ଆଇସିସି ଟି-୨୦ ବିଶ୍ୱକପ୍ ମୁକାବିଲା । ପାକିସ୍ତାନ ବିପକ୍ଷରେ ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି ନେଇଛି । ଚୂଡ଼ାନ୍ତ ଏକାଦଶରେ ସାମି, ଭୁବନେଶ୍ୱର ଓ ଅର୍ଶଦୀପ ସଂ ରହିଛନ୍ତି । ସେହିପରି ଅର. ଅଶ୍ୱିନ ଓ ଅଲରାଉଣ୍ଡର ଅକ୍ଷୟ ପଟେଲ ସ୍ପିନ ଦାୟିତ୍ୱରେ ରହିଛନ୍ତି । ସୁପର-୧୨ ପର‌୍ୟ୍ୟାୟରେ ଭାରତ ଓ ପାକିସ୍ତାନ ସେମାନଙ୍କ ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ୧ ଲକ୍ଷ ଦର୍ଶକ କ୍ଷମତା ବିଶିଷ୍ଟ ମେଲ୍ବୋର୍ଣ୍ଣ କ୍ରିକେଟ୍ ଷ୍ଟାଡିୟମ୍ରେ ଏହି ମୁକାବିଲା ହେଉଛି ।

ହେଲେ ସାରବିଶ୍ବର କୋଟିକୋଟି କ୍ରିକେଟ୍ପ୍ରେମୀଙ୍କ ନଜର ଏହି ମହା ମୁକାବିଲା ଉପରେ ରହିଛି । ଆନ୍ତର୍ଜାତିକ ସ୍ତରରେ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କମ୍ ଖେଳାଯାଏ । କେବଳ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଏହି ଦୁଇ ପ୍ରତିଦ୍ବନ୍ଦ୍ବୀ ମୁହାଁମୁହିଁ ହୋଇଥାଆନ୍ତି। ତେଣୁ କ୍ରିକେଟ୍ପ୍ରେମୀ ଭାରତ-ପାକିସ୍ତାନ ମୁକାବିଲାକୁ ଅପେକ୍ଷା କରିଥାଆନ୍ତି। ମାସକ ତଳେ ଏସିଆ କପ୍ରେ ଏହି ୨ ଦଳଙ୍କ ମଧ୍ୟରେ ମୁକାବିଲା ହୋଇଥିଲା ଏବଂ ଉଭୟ ଦଳ ଥରେ ଲେଖାଏଁ ଜିତିଥିଲେ। ଗତ ଟ୍ବେଣ୍ଟି୨୦ ବିଶ୍ବକପ୍ର ଲିଗ୍ ପର‌୍ୟ୍ୟାୟରେ ଉଭୟ ଦଳଙ୍କ ମୁକାବିଲାରେ ପାକିସ୍ତାନ ୧୦ ୱିକେଟ୍ ଜିତିଥିଲା। ୧୧ ମାସ ପରେ ପୁଣିଥରେ ଟ୍ବେଣ୍ଟି୨୦ ବିଶ୍ବକପ୍ରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି ।

- Advertisement -

ଅନ୍ୟପକ୍ଷରେ ଗତବର୍ଷର ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇଛି । ଭାରତ ଓ ପାକିସ୍ତାନ ଗତ ୨ ବର୍ଷର ଦୁଇ ସଫଳ ଟ୍ବେଣ୍ଟି୨୦ ଦଳ । ଭାରତୀୟ ଦଳର ଶକ୍ତି ହେଉଛି ଏହାର ବ୍ୟାଟିଂ । ହେଲେ ଭାରତୀୟ ବୋଲିଂରେ ଦୁର୍ବଳତା ଅଛି । ଯାହା ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତି ଯୋଗୁଁ ଘଟିଛି । ଅନ୍ୟପକ୍ଷରେ ପାକିସ୍ତାନର ବ୍ୟାଟିଂ ମୁଖ୍ୟତଃ ଏହାର ଦୁଇ ଓପ୍ନର ମହମ୍ମଦ ରିଜ୍ୱାନ ଓ ଅଧିନାୟକ ବାବର ଆଜମ୍ଙ୍କ ଉପରେ ନିର୍ଭରକରେ । ନିକଟରେ ପାକିସ୍ତାନ ଦଳର ସଫଳତାରେ ଏହି ଦୁଇ ଓପ୍ନରଙ୍କ ଯୋଗଦାନ ସର୍ବାଧିକ । ଫଖର ଜମାନ୍ ଆହତ ଥିବାରୁ ପାକିସ୍ତାନର ମଧ୍ୟକ୍ରମ ଦୁର୍ବଳ ରହିଛି । ଯଦି ପାକିସ୍ତାନର ଦୁଇ ଓପ୍ନରଙ୍କୁ ପାୱରପ୍ଲେ ମଧ୍ୟରେ ଭାରତ ଆଉଟ୍ କରିଦିଏଟ୍ଟ ତେବେ ପାକିସ୍ତାନକୁ ଅଳ୍ପ ସ୍କୋର୍ରେ ରୋକିହେବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories