www.samajalive.in
Saturday, December 13, 2025
26.1 C
Bhubaneswar

ଶିଶୁଙ୍କ ସହ ଉଦ୍ଧାର ହେଲେ ୨୮ ଦାଦନ ଶ୍ରମିକ

ବଡମାଳ: ଦାଦନ ଗଡ଼ କୁହା ଯାଉଥିବା ବଲାଙ୍ଗିର ଜିଲାରେ ଦାଦନ ମୁଁହରେ ଦାନା ଦେବା ପାଇଁ ଫେଲ ମାରିଛି ପ୍ରଶାସନ । ଜିଲାର ବିଭିନ୍ନ ଥାନାରେ ବେଆଇନ ଶ୍ରମିକ ଚାଲାଣ ଧରପଗଡ ହେଉଛି । ଶନିବାର ରାତି ପ୍ରାୟ ୨ଟାରେ ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁମ୍ଭାରି ପଞ୍ଚାୟତର କୁମ୍ଭେକେଲା ଗ୍ରାମର ୧୦ଜଣ ପରିବାର ହାଇଦରାବାଦକୁ ଜଣେ ଦାଦନ ସର୍ଦାର କଣ୍ଟାବାଞ୍ଜି ନେଉଥିବା ବେଳେ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ଖବର ପାଇଥିଲେ। ଏସଡିପିଓଙ୍କ ନିର୍ଦେଶରେ ସଇଁନ୍ତଲା ଥାନା ଟିକ୍ରାପଡ଼ା ଫାଣ୍ଡି ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ଦାଦନ ଶ୍ରମିକ ବେଆଇନ ଭାବେ ଚାଲାଣ ହେଉଥିବା ଏକ ପିକ୍ ଅପ(ଓଡି ୦୩ଏଚ୍ ୩୩୪୮)କୁ ଅଟକାଇ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ପୁଲିସ ଗାଁରେ ଛାଡି ଦେଇଥିଲେ। ଏହି ଚାଲାଣ ପଛରେ କଣ୍ଟାବାଞ୍ଜି ଅଞ୍ଚଳର ଦାଦନ ସର୍ଦାର ଥିବା ବେଳେ ସ୍ଥାନୀୟ ଅଞ୍ଚଳର ଦଲାଲ ସକ୍ରିୟ ଥିବା ସୂଚନା ମିଳିଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୦ ଜଣ ପୁରୁଷ  ୮ ଜଣ ମହିଳା ଓ ୧୦ ଜଣ ଶିଶୁ ଥିବା ନେଇ ଟିଟିଲାଗଡ ଏସଡିପିଓ ସୂଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories