www.samajalive.in
Saturday, December 13, 2025
21.1 C
Bhubaneswar

ଆଜି ଭାରତ-ପାକିସ୍ତାନ ମହା ମୁକାବିଲା

ମେଲ୍‌ବୋର୍ଣ୍ଣ: ଆନ୍ତର୍ଜାତିକ ସ୍ତରରେ ଭାରତ-ପାକିସ୍ତାନ କ୍ରିକେଟ୍‌ ମ୍ୟାଚ୍‌ କମ୍ ଖେଳାଯାଏ। କେବଳ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଏକ ଏହି ଦୁଇ ପ୍ରବଳ ପ୍ରତିଦ୍ବନ୍ଦ୍ବୀ ମୁହାଁମୁହିଁ ହୋଇଥାଆନ୍ତି। ତେଣୁ କ୍ରିକେଟ୍‌ପ୍ରେମୀ ଭାରତ-ପାକିସ୍ତାନ ମୁକାବିଲାକୁ ଅପେକ୍ଷା କରିଥାଆନ୍ତି। ମାସକ ତଳେ ଏସିଆ କପ୍‌ରେ ଏହି ୨ ଦଳଙ୍କ ମଧ୍ୟରେ ମୁକାବିଲା ହୋଇଥିଲା ଏବଂ ଉଭୟ ଦଳ ଥରେ ଲେଖାଏଁ ଜିତିଥିଲେ। ଗତ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଲିଗ୍‌ ପର୍ଯ୍ୟାୟରେ ଉଭୟ ଦଳଙ୍କ ମୁକାବିଲାରେ ପାକିସ୍ତାନ ୧୦ ୱିକେଟ୍‌ ଜିତିଥିଲା। ୧୧ ମାସ ପରେ ପୁଣିଥରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଉଭୟ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି। ରବିବାର ସୁପର-୧୨ ପର୍ଯ୍ୟାୟରେ ଭାରତ ଓ ପାକିସ୍ତାନ ସେମାନଙ୍କ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି। ୧ ଲକ୍ଷ ଦର୍ଶକ କ୍ଷମତା ବିଶିଷ୍ଟ ମେଲ୍‌ବୋର୍ଣ୍ଣ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଏହି ମୁକାବିଲା ଖେଳାଯିବ। ହେଲେ ସାରବିଶ୍ବର କୋଟିକୋଟି କ୍ରିକେଟ୍‌ପ୍ରେମୀଙ୍କ ନଜର ଏହି ମହା ମୁକାବିଲା ଉପରେ ରହିବ। ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଚାହିଁବେ ଏବଂ ପୂରା ଟୁର୍ଣ୍ଣାମେଣ୍ଟ ପାଇଁ ଦୃଢ଼ ମନୋବଳ ହାସଲ କରିବେ।

ଅନ୍ୟପକ୍ଷରେ ଗତବର୍ଷର ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ। ଭାରତ ଓ ପାକିସ୍ତାନ ଗତ ୨ ବର୍ଷର ଦୁଇ ସଫଳ ଟ୍ବେଣ୍ଟି୨୦ ଦଳ। ଭାରତୀୟ ଦଳର ଶକ୍ତି ହେଉଛି ଏହାର ବ୍ୟାଟିଂ। ହେଲେ ଭାରତୀୟ ବୋଲିଂରେ ଦୁର୍ବଳତା ଅଛି; ଯାହା ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତି ଯୋଗୁଁ ଘଟିଛି। ଅନ୍ୟପକ୍ଷରେ ପାକିସ୍ତାନର ବ୍ୟାଟିଂ ମୁଖ୍ୟତଃ ଏହାର ଦୁଇ ଓପ୍‌ନର ମହମ୍ମଦ ରିଜ୍‌ୱାନ ଓ ଅଧିନାୟକ ବାବର ଆଜମ୍‌ଙ୍କ ଉପରେ ନିର୍ଭରକରେ। ନିକଟ‌ରେ ପାକିସ୍ତାନ ଦଳର ସଫଳତାରେ ଏହି ଦୁଇ ଓପ୍‌ନରଙ୍କ ଯୋଗଦାନ ସର୍ବାଧିକ। ଫଖର ଜମାନ୍ ଆହତ ଥିବାରୁ ପାକିସ୍ତାନର ମଧ୍ୟକ୍ରମ ଦୁର୍ବଳ ରହିଛି। ଯଦି ପାକିସ୍ତାନର ଦୁଇ ଓପ୍‌ନରଙ୍କୁ ପାୱରପ୍ଲେ ମଧ୍ୟରେ ଭାରତ ଆଉଟ୍‌ କରିଦିଏ; ତେବେ ପାକିସ୍ତାନକୁ ଅଳ୍ପ ସ୍କୋର୍‌ରେ ରୋକିହେବ।

- Advertisement -

ଏହି ମ୍ୟାଚ୍‌ରେ ବିଶ୍ବର ୨ ଶ୍ରେଷ୍ଠ ଟ୍ବେଣ୍ଟି୨୦ ବ୍ୟାଟ୍‌ସମ୍ୟାନ୍ ମହମ୍ମଦ ରିଜ୍‌ୱାନ ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ। ଆଇସିସି ଟି୨୦ ବ୍ୟାଟର ମାନ୍ୟତାରେ ଦୁହେଁ ପ୍ରଥମ ୨ଟି ସ୍ଥାନରେ ଥିବା ବେଳେ ୨୦୨୨ରେ ଦୁହେଁ ସର୍ବାଧିକ ମ୍ୟାଚ୍‌ ଜିତାଇଛନ୍ତି। ଉଭୟ ବ୍ୟାଟ୍‌ସମ୍ୟାନଙ୍କ ପାଇଁ ଉଭୟ ଦଳ ସ୍ବତନ୍ତ୍ର ରଣନୀତି କରିଥିବେ ନିଶ୍ଚୟ। ଟ୍ବେଣ୍ଟି୨୦ ବିଶ୍ବକପ୍‌ର ରେକର୍ଡ ଭାରତ ସପକ୍ଷରେ। ଭାରତ କ୍ରମାଗତ ୫ଟି ମ୍ୟାଚ୍‌ରେ ପାକିସ୍ତାନକୁ ହରାଇବା ପରେ ଗତବର୍ଷ ପାକିସ୍ତାନ ଏକମାତ୍ର ବିଜୟ ହାସଲ କରିଥିଲା। ଭାରତ ତା’ର ରେକର୍ଡରେ ଉନ୍ନତି କରିବାକୁ ଚାହିଁବ। ଭାରତୀୟ ଦଳର ରଣନୀତି ରହିବ ଯେ ବିରାଟ କୋହଲି ଗୋଟିଏ ପଟେ ଇନିଂସ ଚଳାଇବେ ଏବଂ ଅନ୍ୟପଟୁ ଅଧିନାୟକ ରୋହିତ ଶର୍ମା, କେ.ଏଲ୍‌. ରାହୁଲ, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ ପ୍ରଭୃତି ଆକ୍ରମଣ କରିବେ। ଦୀର୍ଘ ୧୨ ବର୍ଷ ପରେ କାର୍ତ୍ତିକ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି। ମ୍ୟାଚ୍‌ରେ ଋଷଭ ପନ୍ତଙ୍କ ଖେଳିବା ସମ୍ଭାବନା କ୍ଷୀଣ। ମହମ୍ମଦ ସାମି ଅଭ୍ୟାସ ମ୍ୟାଚ୍‌ରେ ଗୋଟିଏ ଓଭର ବୋଲିଂକରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ ହେଁ ସାମି ଓ ହର୍ଷଲ ପଟେଲଙ୍କ ମଧ୍ୟରୁ ଜଣେ ଖେଳିବେ। ବାକି ୨ ପେସ୍‌ ବୋଲର ଭାବେ ଭୁବନେଶ୍ବର କୁମାର ଓ ଅର୍ଶଦୀପ ସିଂହ ଖେଳିବେ। ସ୍ପିନର ଭାବେ ଅକ୍ଷର ପଟେଲ ଖେଳିବା ନିଶ୍ଚିତ ହୋଇଥିବା ବେଳେ ୨ୟ ସ୍ପିନର ଭାବେ ଯୁଜବେନ୍ଦ୍ର ଚହଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ମଧ୍ୟରୁ ଜଣେ ଖେଳିବେ। ଏହି ମ୍ୟାଚ୍‌ରେ ବର୍ଷା ହେବ ବୋଲି ପୂର୍ବରୁ କୁହା ଯାଇଥିଲେ ହେଁ ଏହାର ଆଶଙ୍କା ଅଳ୍ପ ବୋଲି ମ୍ୟାଚ୍‌ ପୂର୍ବଦିନ କୁହାଯାଇଛି। ଟସ୍‌ର ବଡ଼ ଭୂମିକା ରହିବ ନାହିଁ ସତ; ତଥାପି ଉଭୟ ଦଳ ଟସ୍ ଜିତି ଫିଲ୍‌ଡିଂ ନେବାକୁ ଚାହିଁବେ। କାରଣ ନିକଟରେ ଉଭୟ ଦଳ ରନ୍‌ର ପିଛାକରି ଅଧିକ ମ୍ୟାଚ୍‌ ଜିତିଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories