www.samajalive.in
Sunday, December 14, 2025
26.1 C
Bhubaneswar

ଶତବାର୍ଷିକୀ ପାଳନ ପୂଜ୍ୟ ପୂଜା ର ଏକ ଅନନ୍ୟ ନିଦର୍ଶନ

ପୁରୀ :ଶିକ୍ଷାନୁଷ୍ଠାନ ହେଉଛି ମଣିଷ ତିଆରି ମନ୍ଦିର। ବିଶ୍ୱମ୍ଭର ବିଦ୍ୟାପୀଠ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ପଦ୍ମନାଭ ଦାଶ ଜଣେ ଆଦର୍ଶ ଓ ଅନୁଶାସନପୂର୍ଣ୍ଣ ଶିକ୍ଷକ ଭାବେ ଚିର ସ୍ମରଣୀୟ ହୋଇ ରହିଥିବେ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର। ଆଜି ସଂଧ୍ୟାରେ ସଂସ୍କୃତି ଭବନ ପରିସରରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ପଦ୍ମନାଭ ଦାଶଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ବିଶିଷ୍ଟ ବ୍ୟକ୍ତିତ୍ୱ ମାନଙ୍କ ଶତବାର୍ଷିକୀ ପାଳନ ପୂଜ୍ୟ ପୂଜା ର ଏକ ଅପୂର୍ବ ନିଦର୍ଶନ, ଯାହା ପର ପିଢ଼ି କୁ ଅନୁପ୍ରାଣିତ କରିଥାଏ ବୋଲି କହିଥିଲେ।ସ୍ୱର୍ଗତ ଦାଶ ନିଜର ଶିକ୍ଷାପ୍ରେମ, ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଅବଦାନ, ନିଷ୍ଠା, ଭଲପାଇବା ଓ କର୍ତ୍ତବ୍ୟ ପରାୟଣତା ଯୋଗୁ ସମସ୍ତ ଙ୍କର ପ୍ରିୟପାତ୍ର ହୋଇପାରିଥିଲେ। ତାଙ୍କର କାର୍ଯ ଓ ଆଦର୍ଶ ତାଙ୍କୁ ବହୁ ସମ୍ମାନର ଅଧିକାରୀ କରିଥିଲା।
ଆଜିର ସମୟରେ ଶିକ୍ଷକ,ଅଭିଭାବକ, ଛାତ୍ର ଛାତ୍ରୀ ଓ ପୁରାତନ ଛାତ୍ର ଛାତ୍ରୀ ଙ୍କ ସହଭାଗୀତାରେ ଏହି ବିଦ୍ୟାଳୟକୁ ଏକ ଆଦର୍ଶ ଅନୁଷ୍ଠାନରେ ପରିଣତ କରିବାକୁ ଶ୍ରୀ ମହାପାତ୍ର ଆହ୍ୱାନ ଦେଇଥିଲେ।
ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା କହିଥିଲେ ଯେ ସ୍ୱର୍ଗତ ଦାଶ ଜଣେ ଆଦର୍ଶ ଓ ଶିକ୍ଷା ପ୍ରତି ସମର୍ପିତ ଶିକ୍ଷକ ଥିଲେ ।ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡଃ ସୂର୍ଯ୍ୟ ନାରାୟଣ ମିଶ୍ର, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ଡଃ ପ୍ରଫୁଲ୍ଲ କୁମାର ମହାନ୍ତି, ଇନକମ ଟ୍ୟାକ୍ସ ର ପୂର୍ବ ତନ କମିଶନର  ଶରତ କୁମାର ଦାସ,ନାଲକୋ ର ସିଏମଡି  ଶ୍ରୀଧର ପାତ୍ର ପ୍ରମୁଖ ସ୍ୱର୍ଗତ ଦାଶଙ୍କ ଶିକ୍ଷା ଦାନ ପଦ୍ଧତି, ପିଲା ମାନଙ୍କ ପ୍ରତି ବ୍ୟବହାର, ଅନୁଶାସନ, ଅନୁଶୀଳନ ଓ ସଂସ୍କାର ସଂପର୍କରେ ଆଲୋକ ପାତ କରିଥିଲେ।
ସଂସଦର ସାଧାରଣ ସମ୍ପାଦକ ଶ୍ରୀ ଦେବୀ ପ୍ରସନ୍ନ ନନ୍ଦ ଏଥିରେ ଅଧ୍ୟକ୍ଷତା କରିଥିଲେ।ଏହି ଅବସରରେ ଏକ ସ୍ମରଣିକା କୁ ଉନ୍ମୋଚନ କରାଯାଇଥିଲା।ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥି ମାନେ ପୂର୍ବତନ ଶିକ୍ଷକ, ବର୍ତ୍ତମାନ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମିଶ୍ର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ସଭାପତି  ରବୀନ୍ଦ୍ର ସେନାପତି ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସଂସଦର ମୁଖ୍ୟ ଉପଦେଷ୍ଟା  କାଳୀ ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ପୁରାତନ ଛାତ୍ର ମାନେ ସହଯୋଗ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories