www.samajalive.in
Thursday, December 11, 2025
15.1 C
Bhubaneswar

ମରାମତି ହେଲାନି ରାଜପଥରୁ ବଟେଶ୍ୱର ମନ୍ଦିରକୁ ସଂଯୋଗକାରୀ ରାସ୍ତା

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରୁ ପ୍ରାଚୀନ ଶୈବ ପୀଠ ବଟେଶ୍ୱର ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା​​‌ ଶୋଚନୀୟ ହୋଇପଡିଛି । ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି । କିନ୍ତୁ ଏହାର ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକ ନାହିଁ। ଫଳରେ ଏହି ରାସ୍ତାରେ ଯାତାୟତ କରୁଥିବା ସ୍ଥାନୀୟ ଅଞ୍ଚଳ ସମେତ ଆସୁଥିବା ଭକ୍ତ  ଓ ପର୍ଯ୍ୟଟକମାନେ ଘୋର ଅସନ୍ତୋଷ ପ୍ରକାଶ କରୁଛନ୍ତି । ସୂଚନା ଯୋଗ୍ୟ ମାତ୍ର ଦିନ କେଇଟା ପରେ ପ୍ରସିଦ୍ଧ ବଟେଶ୍ୱର ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ବାଲିଯାତ୍ରା ଅନୁଷ୍ଠିତ ହେବ । ଏହି ଵାଲିଯାତ୍ରା ଉପଲକ୍ଷେ ସଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ଏବେ ପବିତ୍ର କାର୍ତ୍ତିକ ମାସ ହେତୁ ଶହ ଶହ ଭକ୍ତ ଏହି ପୀଠକୁ ପ୍ରତ୍ୟେକ ସୋମବାର ଦିନ ଆସିଥାନ୍ତି। ବଟେଶ୍ୱର ପୀଠକୁ ଲାଗି ରହିଛି ବଙ୍ଗୋପ ସାଗର ବେଳାଭୂମି। ଠାକୁର ଦର୍ଶନ ସାଙ୍ଗକୁ ସମୁଦ୍ର ବେଳାଭୂମିରେ ମଜା ଉଠାଇବାକୁ ଦୈନନ୍ଦିନ ପର୍ଯ୍ୟଟକ ଆସିଥାନ୍ତି। ଏହା ସହ ଅନେକ ଯାନବାହାନ ମଧ୍ୟ ଆସିଥାଏ। କିନ୍ତୁ ପରିତାପର ବିଷୟ ବଟେଶ୍ୱର ପୀଠକୁ ଯିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ଯାତ୍ରା ପୂର୍ବରୁ ଏହି ରାସ୍ତା ମରାମତି ହେଉଥିଲେ ମଧ୍ୟ ଚଳିତ ବର୍ଷ ତାହା ହୋଇନାହିଁ । ମହାମାରୀ କରୋନା ଯୋଗୁ ଦୁଇ ବର୍ଷ ହେବ କୌଣସି ଯାତ୍ରା ଅନୁଷ୍ଠିତ ହୋଇନଥିବା ବେଳେ ଚଳିତ ବର୍ଷ ସେଠାରେ ଚାରି ଦିନ ବ୍ୟାପି ଅପେରା ଅନୁଷ୍ଠିତ ହେବ। ଏହାକୁ ଛଅ ଖଣ୍ଡ ଗ୍ରାମବାସୀ ପରିଚାଳନା କରୁଛନ୍ତି । ଏଣେ ମନ୍ଦିର ଯିବା ରାସ୍ତା ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରାଯିବା ପାଇଁ ଦାବୀ ହୋଇଛି। ଏହା ନହେଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କୁ ଏନେଇ ଅବଗତ କରାଯିବ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories