www.samajalive.in
Saturday, December 13, 2025
26.1 C
Bhubaneswar

ଦୀପାବଳି ପାଳନ କଲେ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍‌

ନ୍ୟୁୟର୍କ – ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍‌ ନିଜ ସରକାରୀ ବାସଭବନରେ ଦୀପାବଳି ପାଳନ କରିଛନ୍ତି । ଏହା ସର୍ବଧର୍ମ ସମନ୍ୱୟର ବାର୍ତ୍ତା ଦିଏ ବୋଲି ସେ ପ୍ରକାଶ କରିଛନ୍ତି । ନିଜ ସରକାରୀ ବାସଭବନରେ ଭାରତୀୟ ଆମେରିକୀୟଙ୍କ ପାଇଁ ସେ ଏହି ଉତ୍ସବର ଆୟୋଜନ କରିଥିଲେ ।

- Advertisement -

କମଳାଙ୍କ ସରକାରୀ ବାସଭବନ ‘ନେବଲ ଅବଜରଭେଟରୀ’ରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା । ମାଟି ଦୀପ ସହ ଏଠାରେ ଆଲୋକ ସଜ୍ଜା କରାଯାଇଥିଲା । ଗୁପଚୁପ୍‌ ସହ ଅତିଥିମାନଙ୍କୁ ପାରମ୍ପରିକ ଭାରତୀୟ ଖାଦ୍ୟ ପରିବେଷଣ କରାଯାଇଥିଲା । ଅନ୍ଧାର ଉପରେ ଆଲୋକର ବିଜୟ ପର୍ବ ଦୀପାବଳି ବୋଲି ହାରିସ୍‌ ପ୍ରକାଶ କରିଛନ୍ତି ।

ଚେନ୍ନାଇରେ ସେ ନିଜ ଅଜା ଆଈଙ୍କ ସହ ଦୀପାବଳି ପାଳନର ସ୍ମୃତିକୁ ପ୍ରକାଶ କରିଥିଲେ । ଏହି ସମାରୋହରେ ଆମେରିକାର ସର୍ଜନ ଜେନେରାଲ୍‌ ବିବେକ ମୂର୍ତ୍ତୀ, ରାଷ୍ଟ୍ରପତିଙ୍କ ପରାମର୍ଶଦାତା ନୀର ଟଣ୍ଡନ, ବାଇଡୋନ୍‌ଙ୍କ ଭାଷଣ ଲେଖକ ବିନୟ ରେଡ୍ଡୀଙ୍କ ସହ ଅନେକ ଭାରତୀୟ ଆମେରିକୀୟ ସଦସ୍ୟ ସାମିଲ୍‌ ହୋଇଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories