www.samajalive.in
Monday, December 8, 2025
13.1 C
Bhubaneswar

ଦାଦନ ଚାଲାଣ ; କୋଡ଼ିଏ ଶ୍ରମିକ ଉଦ୍ଧାର , ଦଲାଲ ଅଟକ

ଖପ୍ରାଖୋଲ :  ଖପ୍ରାଖୋଲ ପୁଲିସ ଶୁକ୍ରବାର ବେଆଇନ ଦାଦନ ଚାଲାଣ ଉପରେ ଚଢାଉ କରି ଦୁଇଟି ସ୍ଥାନରୁ ୧୨ ଶିଶୁ ସମେତ ୨୦ ଜଣ ଦାଦନ ଶ୍ରମିକକୁ  ଉଦ୍ଧାର କରିଥିବା ଜଣାଯାଇଛି। ସୂଚନା ଅନୁସାରେ ସକାଳେ ଭୋରରେ ଖପ୍ରାଖୋଲ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଗମ୍ଭାରୀ ଛକ ନିକଟରେ ଏକ ବୋଲେରୋ ଗାଡ଼ିରେ ଶ୍ରମିକ ଯାଉଥିବା ବେଳେ ଚଢାଉ କରି ୩ ମହିଳା,୩ ପୁରୁଷ ସହ ଚାରି ଜଣ ଶିଶୁ ଉଦ୍ଧାର କରି ଖପ୍ରାଖୋଲ ଆଣିଥିବା ବେଳେ ବୋଲେରୋ ଗାଡ଼ି ଜବତ କରି ଦାଦନ ସର୍ଦ୍ଦାର ର ଟଙ୍କଧର ପଟେଲକୁ ଅଟକ ରଖିଛି ପୁଲିସ। ଉଦ୍ଧାର ଶ୍ରମିକ ମାନେ ଓଡ଼ିଆପାଲି ପଞ୍ଚାୟତ ବୁଢ଼ିବାହାଲ୍ ଗାଁ ର ବୋଲି ଜଣାଯାଇଛି।
ସେହିପରି ଭେଲୁଆଖୋଲ୍ ଗାଁ ନିକଟରେ ଏକ ଯାତ୍ରୀ ବାହୀ ବସରେ ଚଢାଉ କରି ପୁଲିସ  ୮ ଶିଶୁ ସହ ୭ ଜଣ ମହିଳା ଓ ୭ ଜଣ ପୁରୁଷଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି। ଉଦ୍ଧାର ଶ୍ରମିକ ମାନେ ବରଗଡ଼ ଜିଲା ବୁଡେନ୍ ଥାନା ରଜବାହାଦୂର୍ ପୂର ର ବୋଲି ଜଣାଯାଇଛି। ଏମାନଙ୍କୁ ଚାଲାଣ କରୁଥିବା ଦାଦନ ସର୍ଦ୍ଦାର ଦୟାନନ୍ଦ ସାହୁକୁ ପୁଲିସ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଶ୍ରମିକ ମାନଙ୍କୁ ନିଜ ନିଜ ଘରକୁ ପଠେଇ ଥିବା ଜଣାଯାଇଛି। ଦୁଇଟି ଯାକ ବେଆଇନ ଦାଦନ ଚାଲାଣ କଣ୍ଟାବାଞ୍ଜି ନିକଟ ଖୁଟୁଲୁମୁଣ୍ଡାର ଜଣେ ଦାଦନ ସର୍ଦ୍ଦାର ମଧ୍ୟରେ ହେଉଥିବା ବେଳେ ସେଠାରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ହୋଇଥାନ୍ତେ ବୋଲି ପୁଲିସ ସୂଚନା ଦେଇଛି। ଏନେଇ ଖପ୍ରାଖୋଲ ଥାନା ଅଧିକାରୀ ଅଧିକାରୀ ରମାକାନ୍ତ ସାହୁ ଙ୍କୁ ପଚାରିବାରୁ ଏନେଇ ଦୁଇଟି ପୃଥକ ମାମଲା ରୁଜୁ କରି ଦୁଇ ଜଣ ଦାଦନ ସର୍ଦ୍ଦାର କୁ କୋର୍ଟ ଚାଲାଣ କରାଯାଇ ଥିବାବେଳେ ଶ୍ରମିକ ମାନଙ୍କୁ ନିଜ ନିଜ ଘରକୁ ପଠେଇ ଦିଆଯାଇଛି ବୋଲି କହିଛନ୍ତି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories