www.samajalive.in
Tuesday, December 9, 2025
16.1 C
Bhubaneswar

ବିଦ୍ୟୁତ୍ ଖୁଣ୍ଟ ଚୋରି କରି ୪ ଗିରଫ, ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ରେଙ୍ଗାଲିକ୍ୟାମ୍ପ: ବିଦ୍ୟୁତ୍ ଖୁଣ୍ଟ ଚୋରି କରିଥିବା ଅଭିଯୋଗରେ ୪ଜଣ ଅଭିଯୁକ୍ତଙ୍କୁ ଅତାବିରା ପୁଲିସ ଗିରଫ କରିବା ସହ ହୋଇକୋର୍ଟ ଚାଲାଣ କରିଛି । ପୁଲିସର ସୂଚନା ଅନୁଯାୟୀ, ଏଲ୍.ଏନ୍.ଟି କନଷ୍ଟ୍ରକ୍ସନ୍, ଗଙ୍ଗାଧର ଉଠା ଜଳ ସେଚନ ପ୍ରକଳ୍ପର ଇଲେକ୍ଟ୍ରିକାଲ ମ୍ୟାନେଜର ପଦ୍ମନାଭନ୍ ରବିଶଙ୍କର ଗତ ତା ୧୬/୧୦/୨୦୨୨ ରିଖ ଦିନ  ତା ୧୨/୧୦ ରୁ ୧୪/୧୦/୨୦୨ ରିଖ ମଧ୍ୟରେ ସିଲେଟରୁ ନୂଆ ବାଟିମୁଣ୍ଡାରେ କାମ ଚାଲିଥିବା ବେଳେ ୧୧ ମିଟର  ଲମ୍ବର ୮ଟି  ଆର୍.ଏସ ଯେ ଖୁଣ୍ଟ ଚୋରି ହୋଇଥିବା ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତିକରି ଥାନା ଅଧିକାରୀ ଅନିଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଦଳ ଗଠନକରି ଏହାର ଅନୁସନ୍ଧାନ ଜାରି ରଖିଥିଲେ । ଲହଣ୍ଡା ପାଖାପାଖି ଅଞ୍ଚଳରେ ଉକ୍ତ ଚୋର ମାନଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି ।

ଚୋର ମାନେ ବରଗଡ଼ ଟାଉନ ଥାନା  ୱାର୍ଡ ନଂ ୫ ସହରା ପଡ଼ାର ରୋହିତ ଅଗ୍ରୱାଲ(୨୦), ୱାର୍ଡ ନଂ ୪ ତଳି ପଡ଼ାର ବିକି ଶର୍ମା (୨୩),  ୱାର୍ଡ ନଂ ୮ ଗଉର ପଡ଼ାର ସୁଶାନ୍ତ ଗୌଡ଼ (୩୪) ଓ ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା କ୍ରିଷ୍ଣା ନଗରର ସଞ୍ଜୟ କୁମାର ସିଂହ (୩୬) । ଏମାନଙ୍କୁ ଗିରଫ କରିବା ସହ ଏମାନଙ୍କ ଠାରୁ ଗୋଟିଏ ଧଳା ରଙ୍ଗର ମହେନ୍ଦ୍ର ବୋଲେରୋ ନଂ ଓଡି ୨୩ ଏଲ ୨୧୭୫, ଭର୍ତ୍ତି ହୋଇଥିବା ଗୋଟିଏ ଏଲ.ପି.ଜି ସିଲିଣ୍ଡର, ଭର୍ତ୍ତି ହୋଇଥିବା ଗୋଟିଏ ଅକ୍ସିଜେନ୍ ସିଲିଣ୍ଡର, ୯୦ ଫୁଟର ଦୁଇଟି ଗ୍ୟାସ ପାଇପ, ଗ୍ୟାସ କଟର ଓ ନୋଜଲ ରେଗୁଲେଟର, ୫ଟି ଆର୍.ଏସ.ଜେ ଗାଳଭାନାଇଜର ବିଦ୍ୟୁତ୍ ଖୁଣ୍ଟ ଓ ୪ ଟି ମୋବାଇଲ ଫୋନ ପୁଲିସ ଜବତ କରିଛି ।

- Advertisement -

ଏମାନଙ୍କ ବିରୁଦ୍ଧରେ କେସ ନଂ ୩୫୭ତା ୧୬/୧୦/୨୨ରେ ରୁଜୁ କରି ଭାରତୀୟ ପେନାଲ କୋର୍ଟ ଧାରା ୩୭୯ରେ  ଗତକାଲି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କୁ ଧରିବାରେ ପୁଲିସ ଦଳରେ ଏସ.ଆଇ ଯାଦବ ବାଗ, ବିପିନ ବାଗ, ଏ ଏସ ଆଇ ଲଲିତ ନାଗ, କନଷ୍ଟେବଳ କ୍ଷେତ୍ର ଭୋଇ, ମନୋରଞ୍ଜନ ଲୁହା, ଅମିତ୍ ଶାହା, କଳ୍ପନା ଠାକୁର, ହୋମଗାର୍ଡ ଗୋବିନ୍ଦ ମହାନନ୍ଦ ଓ ଆଦିତ୍ୟ କୁମାର ରହିଥିଲେ । ଏମାନଙ୍କୁ ଧରିବା ପାଇଁ  ପୁଲିସ ଦଳ ଛଦ୍ମ ବେଶରେ ରହି ବାଇକ୍ ମାନଙ୍କରେ  ଅନୁସନ୍ଧାନ ଚଳାଇ ଏହି ଚୋର ମାନଙ୍କୁ ଧରିବାରେ ସଫଳ ହୋଇଥିଲେ ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories