www.samajalive.in
Saturday, December 6, 2025
26.1 C
Bhubaneswar

ପାଖେଇ ଆସୁଛି ଧନତେରସ : କିଣି ଆଣନ୍ତୁ ଏହି ଜିନିଷ

ଧନତେରସ ପାଳନ କରିବା ପଛରେ ଏକ ପୌରାଣିକ କଥା ପ୍ରଚଳିତ ରହିଛି। ହିନ୍ଦୁ ଧର୍ମଗ୍ରନ୍ଥ ଅନୁଯାୟୀ, ଯେଉଁ ସମୟରେ ସାଗରମନ୍ଥନ ହେଉଥିଲା, ସେହି ସମୟରେ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ନେଇ ପ୍ରକଟ ହୋଇଥିଲେ। ଏହି କାରଣରୁ ଧନତେରସକୁ ସୁଖ ଓ ସମୃଦ୍ଧିର ପର୍ବ ରୂପେ ପାଳନ କରାଯାଏ। ଶାସ୍ତ୍ର ଅନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ତ୍ରୟୋଦଶୀ ଦିନ ଭଗବାନ ଧନ୍ୱନ୍ତରୀ ପ୍ରକଟ ହୋଇଥିବାରୁ ଏହି କାରଣରୁ ଏହିଦିନକୁ ଧନ ତ୍ରୟୋଦଶୀ କୁହାଯାଇଥାଏ।
ଏହିଦିନ ସୁନା, ଚାନ୍ଦି ଓ ନୂଆ ବାସନ କିଣିବା ଶୁଭ ବୋଲି କୁହାଯାଏ।
ସୁଖ-ସମୃଦ୍ଧି ପାଇଁ ଧନତେରସର କିଣନ୍ତୁ ଏହି ସାମଗ୍ରୀ..
ଏହି ଦିନ ଦ୍ବିପ୍ରହରରେ ବାସନକୁସନ, ଆଭୂଷଣ, ଧନିଆ, ଗଣେଶ ଓ ଲକ୍ଷ୍ମୀଙ୍କ ପ୍ରତିମା, ଚାନ୍ଦିର ମୁଦ୍ରା କିଣନ୍ତୁ । ଏହା ଛଡା ଗାଡି, ଭୂମି, ବେଦ୍ୟୁତିକ ସାମଗ୍ରୀ, ବସ୍ତ୍ର , ରୋଷେଇ ବା ଘର କରଣା ସାମଗ୍ରୀ କିଣି ପାରିବେ । ଯଦି ଚାନ୍ଦି ବାସନକୁସନ କିଣୁଛନ୍ତି ତେବେ ତାହାକୁ ଖାଲି ଘରକୁ ନଆଣି ସେଥିରେ ଗୁଡ ବା କୌଣସି ମିଠା ପଦାର୍ଥ ରଖି ଆଣିବା ଉଚିତ୍ । ଘରକୁ ଆଣିବା ପରେ ଗଙ୍ଗାଜଳ ସିଞ୍ଚନ କରି ସିନ୍ଦୂର ତିଳକ ଲଗାନ୍ତୁ । ସେଥିରେ ରକ୍ଷା ସୂତ୍ର ବାନ୍ଧି ଦୀପାବଳି ପୂଜା ସମୟରେ ପାଖରେ ରଖନ୍ତୁ ।
ପିତ୍ତଳ..
ସୁନା ଓ ରୂପା ବ୍ୟତୀତ, ଆପଣ ଧନତେରସ ଦିନ ପିତ୍ତଳରୁ ନିର୍ମିତ ବାସନ କିଣି ପାରିବେ । ଏହି ଦିନ ପିତ୍ତଳ ଧାତୁ କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହା ଆପଣଙ୍କ ଘରେ ସୁଖ ଏବଂ ସମୃଦ୍ଧି ଆଣିଥାଏ ।
ଏହି ଦିନ ଆପଣ ଘରର ଆଲମିରାରେ ଅଥବା ଦୋକାନରେ ମା’ଲକ୍ଷ୍ମୀଙ୍କ ଏପରି ଫଟୋ ଲଗାନ୍ତୁ, ଯେଉଁଥିରେ ମା’ଲକ୍ଷ୍ମୀ ବସିବା ଢଙ୍ଗୀରେ କଳସରୁ ଧନବର୍ଷା କରୁଥିବା ଓ ହାତୀ ଶୁଣ୍ଢ ଉଠାଇଥିବା ଅବସ୍ଥାରେ ଥିବ। ଏପରି କରିବା ଦ୍ୱାରା ଆଦୌ ଧନର ଅଭାବ ହୋଇନଥାଏ।
ମାତ୍ର ଏହିଦିନ ଲୁହାରେ ପ୍ରସ୍ତୁତ ଜିନିଷ କିଣନ୍ତୁ ନାହିଁ।
ଏହିଦିନ ଷ୍ଟିଲର ବାସନ ମଧ୍ୟ କିଣନ୍ତୁ ନାହିଁ।
କାଚର ଜିନିଷ ମଧ୍ୟ କିଣନ୍ତୁ ନାହିଁ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories