www.samajalive.in
Monday, December 8, 2025
13.1 C
Bhubaneswar

ଜଗତର ନାଥଙ୍କୁ ଅପମାନ; ଜୋତା ପିନ୍ଧି ମହାବାହୁଙ୍କୁ ପୂଜା କରୁଛନ୍ତି ଶିକ୍ଷୟିତ୍ରୀ

ମାଲକାନଗିରି: କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କୁ କରାଯାଇଛି ଅପମାନ। ସରକାରୀ କାର୍ଯ୍ୟକ୍ରମରେ ଜୋତା ପିନ୍ଧି ମହାବାହୁଙ୍କୁ ପୁଷ୍ପ ପ୍ରଦାନ କରି ପୂଜା କଲେ ମାଲକାନଗିରି ଜିଲ୍ଲା କୋରକଣ୍ଡା ଉଚ୍ଚବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ଜୋତ୍ସ୍ନାରାଣୀ ପ୍ରଧାନ। ହଁ ଆଜ୍ଞା ଏଇ ଦେଖନ୍ତୁ ସେଇ ଚିତ୍ରକୁ ଯେଉଁଠି ମହାପ୍ରଭୁଙ୍କୁ ପୁଣି ଥରେ ଅପମାନ ଦିଆଯାଇଛି। ଏମିତି କିଛି ସମାନ ଚିତ୍ର ଗତକାଲି ମଧ୍ୟ ଆପଣମାନେ ଦେଖିଥିବେ, ଯେଉଁଠି ଏକ ସରକାରୀ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ପରିଷଦର ଅଧ୍ୟକ୍ଷା ପାଦରେ ଚପଲ ପିନ୍ଧି ମହାବାହୁଙ୍କୁ ଧୂପ, ଦୀପ ଦେଇ ପୂଜା କରିଥିଲେ। ଯାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ବେଳେ ଦିନଟିଏ ନବିତୁଣୁ ପୁଣି ଥରେ ଏମିତି କିଛି ସମାନ ଚିତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଆମେ କହୁଛୁ ସେହି ଉପାନ୍ତ ଜିଲ୍ଲା ମାଲକାନଗିରିର କଥା, ଯେଉଁଠି ସରକାରୀ କାର୍ଯ୍ୟକ୍ରମରେ କ୍ରମାଗତ ଭାବେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆରାଧ୍ୟଙ୍କୁ ବାରମ୍ବାର ଅପମାନ କରାଯାଉଛି। ଦେଖନ୍ତୁ ସେହି ଚିତ୍ରକୁ, ମାଲକାନଗିରି ଜିଲ୍ଲାର ଏକଲବ୍ୟ ବିଦ୍ୟାଳୟରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତାର ଶୁଭାରମ୍ଭ କରିବା ପୂର୍ବରୁ ଖେଳ ଓ ଖେଳାଳୀଙ୍କ ଶୁଭ ମନାସୀ କୋଟି ଓଡ଼ିଆଙ୍କ ଆରାଧ୍ୟ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ଆଶିଷ ପାଇଁ ପୂଜା କରାଯାଇଥିଲା। ତେବେ କେବଳ ପୂଜା ନୁହେଁ, ପାଦରେ କଳା ରଙ୍ଗର ଜୋତା ପିନ୍ଧି କୋରକୋଣ୍ଡା ଉଚ୍ଚବିଦ୍ୟାଳୟର କ୍ରୀଡା ଶିକ୍ଷୟତ୍ରୀ ଜୋତ୍ସ୍ନାରାଣୀ ପ୍ରଧାନ ମହାପ୍ରଭୁ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଦେଇ ଆଶିଷ ମାଗୁଛନ୍ତି। ଏହି ଚିତ୍ରକୁ ଯିଏ ବି ଦେଖୁଛି ସେ କେବଳ ଏତିକି କହୁଛି, କ’ଣ ଚାଲିଛି ଏବେ ମାଲକାନଗିରିରେ? କାହିଁକି କ୍ରମାଗତ ଭାବେ ଜଗତରନାଥ ସ୍ୱୟଂ ଜଗନ୍ନାଥଙ୍କୁ ଦିଆଯାଉଛି ଅପମାନ?

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories