www.samajalive.in
Sunday, December 14, 2025
26.1 C
Bhubaneswar

କେବେ କମିବ ବିଦ୍ୟାର୍ଥୀଙ୍କ କଷ୍ଟ ଓ ଜନନୀ ଯନ୍ତ୍ରଣା

ମୋହନା: ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡି ପଞ୍ଚାୟତ ଅଧିନ ବୁଢାପଙ୍କ ଓ ଲୁଦିହୁଏରୀ ଗାଁରେ ୪୦ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର ଚାଷବେଉସା ଓ ଫୁଲଛାଞ୍ଚୁଣୀ ତିଆରି କରି ଜୀବନ ଜୀବିକା ନିର୍ବାହ କରୁଛନ୍ତି। ଏମାନେ ଯେ କୌଣସି ଜିନିଷ କିଣାବିକା ହେଉ ଅବା ସ୍ୱାସ୍ଥ୍ୟ ସେବା ପାଇଁ ମୋହନା ଉପରେ ନିର୍ଭର କରୁଥିବା ବେଳେ ଛାତ୍ରଛାତ୍ରୀ ମାନେ ଶିକ୍ଷା ଗ୍ରହଣ କରିବା ପାଇଁ ଏ.ଖଜୁରିପଦା ଓ କନ୍ଧଅଡ଼ବା ବିଦ୍ୟାଳୟ ଉପରେ ନିର୍ଭର କରନ୍ତି। କିନ୍ତୁ ଏମାନେ ନିକଟସ୍ଥ ଖଜୁରିପଦା ଗାଁକୁ ଗଲେ ହିଁ ଯେଉଁଠାକୁ ମଧ୍ୟ ଯାଇପାରିବେ। କିନ୍ତୁ ଖଜୁରିପଦା ଗାଁକୁ ପହଞ୍ଚିବାକୁ ହେଲେ ପ୍ରାୟ ତିନି କିମି ଏମିତି ରାସ୍ତା ଅତି ଦୟନୀୟ ଅବସ୍ଥାରେ ଯିବାକୁ ପଡ଼େ। ପୁଣି ବାଟରେ ବାଧକ ସାଜେ ଭରାନାଳ। ତେବେ ଏଠାରେ ପୋଲ ଓ ରାସ୍ତା ନିର୍ମାଣ ପାଇଁ ନେତାଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରୁଥିବା ବେଳେ ଛାତ୍ରଛାତ୍ରୀ ମାନେ ରାସ୍ତା ଓ ପୋଲ ନିର୍ମାଣ ପାଇଁ ସରକାରଙ୍କୁ କରିଛନ୍ତି ଆକୁଳ ନିବେଦନ।

ଗ୍ରାମର ଛାତ୍ରଛାତ୍ରୀ କେବଳ ଏମିତି ଦୁର୍ଦ୍ଦଶାରେ ଗତି କରୁଥିବା ବେଳେ ଅନେକ ସମୟରେ ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା କଷ୍ଟଦାୟକ ହେଲେ ଆମ୍ବୁଲାନ୍ସକୁ ଯୋଗାଯୋଗ କଲେ ଆମ୍ବୁଲାନ୍ସ ମଧ୍ୟ ଗାଁରେ ପହଞ୍ଚି ନପାରି ଅଟକିଯାଏ ଖଜୁରିପଦା ଗାଁରେ। ଲୋକେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଖଟିଆରେ ଗର୍ଭବତୀ ମା କିମ୍ବା ଜରୁରୀକାଳୀନ ରୋଗୀଙ୍କୁ ବୋହି ଆଣି ମୋହନା ଡାକ୍ତରଖାନାରେ ପହଞ୍ଚାଇବାକୁ ବାଧ୍ୟ ହେଉଛନ୍ତି। ଯଦି ଏହି ସ୍ଥାନରେ ପକ୍କା ରାସ୍ତା ଓ ନାଳ ଉପରେ ପୋଲଟିଏ ଯଦି ନିର୍ମାଣ କରାଯାଏ ତାହେଲେ ୨ ଖଣ୍ଡ ଗ୍ରାମବାସୀ ଗମନାଗମନ ଦୃଷ୍ଟିରୁ ଅନେକ ସୁବିଧା ପାଇପାରନ୍ତେ। ହେଲେ ଏନେଇ ଅଞ୍ଚଳବାସୀ ବାରମ୍ବାର ସରକାରଙ୍କୁ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories