www.samajalive.in
Sunday, December 14, 2025
26.1 C
Bhubaneswar

ସତ୍ୟସାଇ ସେବା ସମିତି ପକ୍ଷରୁ ସ୍ୱଚ୍ଛତାରୁ ଦିବ୍ୟତା ଅଭିଯାନ

ସମ୍ବଲପୁର : ସତ୍ୟସାଇ ସେବା ସମିତି ସମ୍ବଲପୁର ପକ୍ଷରୁ ସ୍ୱଚ୍ଛତାରୁ ଦିବ୍ୟତା ଅଭିଯାନ ଗତ ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଠରୁ ୨୦ ଅକ୍ଟୋବର ବାବାଙ୍କ ଅବତାର ଘୋଷଣା ଦିବସ ପର୍ଯ୍ୟନ୍ତ ଆୟୋଜିତ ହେଉଛି । ଏହି କ୍ରମରେ ପ୍ରତ୍ୟହ ସମ୍ବଲପୁର ସହରରେ ସ୍ଥିତ ଗୋଟିଏ ମନ୍ଦିରକୁ ସକାଳ ୮ଟାରେ ସଫେଇ କରାଯାଉଥିବା ବେଳେ ଇତି ମଧ୍ୟରେ ଗୋଲବଜାର ଦୁର୍ଗା ମନ୍ଦିର, ବାଲିବନ୍ଧା ଶ୍ରୀ ସୋମନାଥ ମନ୍ଦିର, ମଙ୍ଗଳା ମନ୍ଦିର, ଭତରାର ଶଙ୍କର ମଠ, ସିଦ୍ଧେଶ୍ୱରବେର୍ଣ୍ଣାର ଶିବ ମନ୍ଦିର ଆଦିର ପରିସର ଗୁଡିକ ସଫା ସୁତୁରା କରାଯାଇଛି । ଏହି କ୍ରମରେ ରବିବାର ସକାଳ ପ୍ରାୟ ୮ଟା ସମୟରେ ଭୁତାପଡା ସ୍ଥିତ ସାଇ ମନ୍ଦିରରୁ ଜିଲାସ୍କୁଲ ଛକ ପର୍ଯ୍ୟନ୍ତ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା। ଏହି ଅବସରରେ ଜନତାଙ୍କୁ ସ୍ୱଚ୍ଛତା ଓ ଦିବ୍ୟତା ଉପରେ ସଚେତନ କରାଯିବା ସହିତ ସମିତିର ବାଲ ବିକାଶ ଦଳ ପଥପ୍ରାନ୍ତ ନାଟକ ପ୍ରଦର୍ଶନ  କରିଥିଲେ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories