www.samajalive.in
Sunday, December 14, 2025
26.1 C
Bhubaneswar

ସାଲେପୁରରେ ଡିବିୟୁ ଉଦଘାଟନ ଉତ୍ସବରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ଡିବିୟୁ ଆର୍ଥିକ ଅନ୍ତର୍ଭୁକ୍ତିକୁ ମଜଭୁତ କରିବା ଦିଗରେ ଏକ ପଦକ୍ଷେପ : ଶ୍ରୀ ଟୁଡୁ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସାରା ଦେଶର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ୍ ବ୍ୟାଙ୍କିଙ୍ଗ ୟୁନିଟ୍ (ଡିବିୟୁ) ଗୁଡିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।ଏହି ଭଳି ଚାରୋଟି ୟୁନିଟ୍ ଓଡିଶାରେ ରହିଛି। ଏହି ୟୁନିଟ୍ ଗୁଡିକ କଟକ, ଖୋର୍ଦ୍ଧା, ପୁରୀ ଏବଂ କେନ୍ଦୁଝର ଜିଲ୍ଲାରେ ରହିଛି ।
କଟକ ଜିଲ୍ଲାର ସାଲେପୁର ଠାରେ ଥିବା ୟୁକୋ ବ୍ୟାଙ୍କର ଡିଜିଟାଲ୍ ବ୍ୟାଙ୍କିଙ୍ଗ ୟୁନିଟ୍ ଉଦଘାଟନୀ ଉତ୍ସବରେ ଯୋଗ ଦେଇ କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଥିଲେ ଯେ, ସରକାରଙ୍କ ପକ୍ଷରୁ ଆର୍ଥିକ ଅନ୍ତର୍ଭୁକ୍ତିକୁ ମଜଭୁତ କରିବା ନିମନ୍ତେ କରା ଯାଉଥିବା ପ୍ରୟାସ ଦିଗରେ ଏହା ଆଉ ଏକ ପଦକ୍ଷେପ । ସେ କହିଥିଲେ ଯେ,‘ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଜି ଉଦଘାଟିତ ହୋଇଥିବା ଏହି ୭୫ଟି ଡିଜିଟାଲ୍ ବ୍ୟାଙ୍କିଙ୍ଗ ୟୁନିଟ୍ ଗୁଡିକ ନାଗରିକ ମାନଙ୍କୁ ୨୪ ଘଣ୍ଟିଆ ପ୍ରତିବନ୍ଧକ ମୁକ୍ତ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରିବ ଏବଂ ତୃଣମୂଳ ସ୍ତରରେ ଲୋକ ମାନଙ୍କର ଆର୍ଥିକ ଅନ୍ତର୍ଭୁକ୍ତିକୁ ସୁନିଶ୍ଚିତ କରିବ ।

- Advertisement -

ଶ୍ରୀ ଟୁଡୁ ଏହି ୟୁନିଟରେ ଉପଲବ୍ଧ କରା ଯାଉଥିବା ସୁବିଧା ସୁଯୋଗ ଗୁଡିକୁ ତଦାରଖ କରିଥିଲେ ଏବଂ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।
ଡିବିୟୁ ଗୁଡିକ ଅର୍ଥ ଜମା ଏବଂ ଅର୍ଥ ଉଠାଣ, ବ୍ୟାଙ୍କ ଖାତା ଖୋଲିବା, ସ୍ଥାୟୀ ଜମା/ପୁନଃପୌନିକ ଜମା, ଡିଜିଟାଲ୍ ଋଣ, ପାସବୁକ୍ ପ୍ରିଣ୍ଟିଂ, ବ୍ୟାଙ୍କରେ ଜମା ଅର୍ଥ ସମ୍ପର୍କରେ ଯାଞ୍ଚ ଏବଂ ଉପଭୋକ୍ତା ମାନଙ୍କୁ ଅର୍ଥ ହସ୍ତାନ୍ତରଣ ଇତ୍ୟାଦି ସୁବିଧା ପ୍ରଦାନ କରିବେ ।
୨୦୨୨- ୨୩ର କେନ୍ଦ୍ର ବଜେଟ୍ ଭାଷଣର ଅଂଶ ଭାବେ, ଅର୍ଥ ମନ୍ତ୍ରୀ ଆମ ଦେଶ ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶର ୭୫ଟି ଜିଲ୍ଲା ଗୁଡିକରେ ୭୫ଟି ଡିଜିଟାଲ୍ ବ୍ୟାଙ୍କିଙ୍ଗ ୟୁନିଟ୍ ସ୍ଥାପନ କରିବା ନେଇ ଘୋଷଣା କରିଥିଲେ। ଏହି ଡିବିୟୁ ଗୁଡିକ ଦେଶର ସମସ୍ତ ରାଜ୍ୟ ଗୁଡିକରେ ଏବଂ କେନ୍ଦ୍ର ଶାସିତ ପ୍ରଦେଶର କୋଣ ଅନୁକୋଣରେ ଡିଜିଟାଲ୍ ବ୍ୟାଙ୍କିଙ୍ଗ ସୁବିଧାର ଲାଭ ପହଞ୍ଚାଇବାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟ ନେଇ ସ୍ଥାପିତ କରାଯାଇଛି । ୧୧ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ୧୨ଟି ଘରୋଇ କ୍ଷେତ୍ରର ବ୍ୟାଙ୍କ ଏବଂ ଏକ କ୍ଷୁଦ୍ର ଆର୍ଥିକ ବ୍ୟାଙ୍କ ଏହି ପ୍ରୟାସରେ ଅଂଶ ଗ୍ରହଣ କରିଛନ୍ତି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories