www.samajalive.in
Saturday, December 13, 2025
26.1 C
Bhubaneswar

ଐତିହାସିକ ବାଲିଯାତ୍ରା : ୩୧ ଯାଏ ପ୍ରାକ୍‍ ବାଲିଯାତ୍ରା ଉତ୍ସବ

ଡେସ୍କ :  କଟକର ଐତିହାସିକ ବାଲିଯାତ୍ରାକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର ମହୋତ୍ସବରେ ପରିଣତ କରିବା ପାଇଁ ଆଜିଠାରୁ ପ୍ରାକ୍‍ ବାଲିଯାତ୍ରା ଉତ୍ସବ
ଆରମ୍ଭ ହେଉଛି । ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ଣ ୪ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ମହାନଦୀର ଗଡଗଡ଼ିଆ
ଘାଟଠାରେ ଏହି ଉତ୍ସବ ଚାଲିବ । ଏଥିରେ ମହାନଦୀ ସୁରକ୍ଷା ପାଇଁ ମହାନଦୀ ଆଳତୀ କରାଯିବ। ଏହା ସହିତ ହଜିଯାଉଥିବା ବିଭିନ୍ନ ପାରମ୍ପରିକ
ଲୋକନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ସାଧାରଣ ଲୋକଙ୍କୁ ସ୍ୱଚ୍ଛ ଓ ସୁନ୍ଦର ବାଲିଯାତ୍ରା ପାଇଁ ସଚେତନ କରିବା ଲାଗି
ଅଭିଯାନ ଆରମ୍ଭ ହେବ ବୋଲି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ଅନ୍ୟପକ୍ଷରେ ଚଳିତ ବର୍ଷର ବାଲିଯାତ୍ରା ପାଇଁ ଗତକାଲି ସୁଦ୍ଧା ବିଭିନ୍ନ ବ୍ୟବସାୟିକ ସଂସ୍ଥା ତଥା ବ୍ୟକ୍ତିବିଶେଷ ମୋଟ ୮୬୮ଟି ପ୍ଲଟ୍‍ ପଞ୍ଜୀକରଣ
କରିଥିବା ଜଣାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories