www.samajalive.in
Monday, December 8, 2025
24.1 C
Bhubaneswar

ଭିଟାମିନ-ଡି ଅଭାବରେ ହେଉଥିବା ରୋଗର ଲକ୍ଷଣ

ଉତ୍ତମ ସ୍ବାସ୍ଥ୍ୟ ପାଇଁ ସଠିକ ପରିମାଣର ଖାଦ୍ୟ ଖାଇବା ଉଚିତ। ସୁସ୍ଥ ରହିବା ପାଇଁ ସମସ୍ତ ଭିଟାମିନ ଯୁକ୍ତ ଖାଦ୍ୟ ଆବଶ୍ୟକ। ଶରୀରରେ ଯେକୌଣସି ଗୋଟିଲ ଭିଟାମିନର ଅଭାବ ରହିଲେ ବ୍ୟକ୍ତି ଅସୁସ୍ଥ ହୋଇଯାଏ। କିନ୍ତୁ କିଛି ଖାଦ୍ୟର ଅଭାବରେ ଶରୀରରେ ହେଉ ଥିବା ପରିବର୍ତ୍ତନ ସମ୍ପର୍କରେ ଜାଣି ହୋଇ ନଥାଏ। ଭିଟାମିନ ଡି ଅଭାବରେ ବ୍ୟକ୍ତି ଅନେକ ରୋଗର ଶିକାର ହୋଇଥାଏ। କିନ୍ତୁ ତାକୁ ସହଜରେ ଜାଣି ପାରେ ନାହିଁ। ଆସନ୍ତୁ ଜାଣିବା ଭିଟାମିନ ଡି ଅଭାବରେ କେଉଁ ଲକ୍ଷଣ ଦେଖାଯାଏ ..
ଭିଟାମିନ୍ ଡି ଅଭାବରେ ବିଶେଷ କରି ମୁଣ୍ଡରୁ ବହୁତ ଝାଳ ନିର୍ଗତ ହୋଇଥାଏ। ଶରୀରର ଅନ୍ୟ ଅଙ୍ଗରୁ ବି ଝାଳ ବାହାରିଥାଏ। ଏହାବ୍ୟତୀତ ଭୋକ ମଧ୍ୟ ଭଲ ହେବ ନାହିଁ। ଶରୀର ଗରମ ରହିବା ହେତୁ ନିଦ ଖୁବ୍ କମ୍ ହେବ। ଯେତେ ଚିକିତ୍ସାରେ ରହିଲେ ବି ମୁହଁରୁ ବ୍ରଣ କମିବ ନାହିଁ। ଏହା ବ୍ୟତୀତ କେଶ ଝଡ଼ିବା ବି ଏକ ସାଧାରଣ କଥା ପାଲଟିଯିବ। ଭିଟାମିନ୍ ଡି ଅଭାବରେ ହାଡ଼ ଦୁର୍ବଳ ରହେ। ଶରୀରରେ କ୍ୟାଲିସ୍ୟମ ଭାଗକୁ ବି ଏହା ପ୍ରଭାବିତ କରେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories