www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଆଧ୍ୟାତ୍ମିକ ଦିଗଦର୍ଶନ

ବାଙ୍କୀ: ସାମ୍ପ୍ରତିକ ସମୟରେ କର୍ମକ୍ରାନ୍ତ ଜୀବନରେ ମନକୁ ସୁସ୍ଥ ଓ ସତେଜ ରଖିବା ସହିତ ସୁସ୍ଥ ଜୀବନଶୈଳୀ ବଂଚିବା ପାଇଁ ଈଶ୍ୱରୀୟ ଚେତନାରେ କିଛି ସମୟ ଦେବା ଅତି ଜରୁରୀ ହୋଇ ପଡ଼ିଛି। ଏଣୁ ଏହି ପରିସ୍ଥିତିରେ ବାଙ୍କୀ ମହୋତ୍ସବ-୨୦୨୨ ପାଳନ ଅବସରରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ବରିଷ୍ଠ ଭାଇ ଭଉଣୀ ମାନଙ୍କ ଦ୍ୱାରା ମହୋତ୍ସବ ମଣ୍ଡପରେ ଏକ ଆକର୍ଷଣୀୟ ଆଧ୍ୟାତ୍ମିକ ଚେତନାର ଉଚ୍ଛ୍ୱାସକୁ ପରିବେଷଣ କରାଯାଇଛି। ସାମ୍ପ୍ରତିକ ପରିସ୍ଥିତିରେ ଆଧ୍ୟାତ୍ମିକତାର ମହତ୍ୱ ଶୀର୍ଷକ ଆଲୋଚନା ତଥା ଚୈତନ୍ୟ ଝାଙ୍କି ପରିବେଷଣ କରାଯାଇଛି। ଭାଇ ଭଉଣୀ ମାନେ ଜୀବନରେ ସତ୍କମର୍ମ କରିବାକୁ ମହୋତ୍ସବ ମଣ୍ଡପରେ ଏକ ଆହ୍ୱାନ ଦେଇଥିଲେ। ଭବିଷ୍ୟତ ଜୀବନକୁ ଉଜ୍ଜ୍ୱଳ କରିବାକୁ ଈଶ୍ୱରୀୟ ଚେତନାରେ କିଛି ସମୟ ବିତାଇବା ଉଦ୍ଦେଶ୍ୟରେ କହିଥିଲେ। ବାଙ୍କୀ ସ୍ଥିତ ଶିବ ଶକ୍ତି ଭବନ ସାହାଡପଦା ସେବା କେନ୍ଦ୍ରର ସଂଚାଳିକା ବି.କେ ରୀନା ଭଉଣୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକମ ସଂଚାଳିତ ହୋଇଥିଲା। ସଭା ମଞ୍ଚରେ ବି.କେ ଡଃ ଉର୍ମିଳା,ବି.କେ ମନୋରଂଜନ ଭାଇ,ବି.କେ ଗୌରୀ ଭଉଣୀ,ତପସ୍ୱିନୀ ଭଉଣୀ ପ୍ରମୁଖ ଉପସ୍ଥିତ ଥିଲେ। ବି.କେ ବିଜୟ ଭାଇକାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଗଣେଶ୍ୱର ସ୍ୱାଇଁଙ୍କୁ ଈଶ୍ୱରୀୟ ଉପହାର ପ୍ରଦାନ କରାଯାଇଛି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories