www.samajalive.in
Monday, December 8, 2025
27.1 C
Bhubaneswar

ଅଯୋଗ୍ୟ ହିତାଧିକାରୀଙ୍କ କଟିବ ରେସନ କାର୍ଡ

ନୂଆଦିଲ୍ଲୀ: ରେସନ କାର୍ଡକୁ ନେଇ ସରକାର ନୂତନ ଆଦେଶ ଜାରି କରିଛନ୍ତି। ଅନ୍ତ୍ୟୋଦୟ ଓ ଖାଦ୍ୟ ସୁରକ୍ଷା ଯୋଜନାର ରେସନ କାର୍ଡଧାରୀଙ୍କ ସଂଶୋଧନ ୩୦ ଦିନ ମଧ୍ୟରେ ଶେଷ କରିବାକୁ ଆଦେଶ ଦିଆଯାଇଛି। ଯାଞ୍ଚ ସମୟରେ ଅଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡ ବାତିଲ ହେବ। ଏହାସହିତ ସେମାନଙ୍କ ସ୍ଥାନରେ ଯୋଗ୍ୟ ହିତାଧିକାରୀଙ୍କ କାର୍ଡ ତିଆରି କରି ସେମାନଙ୍କୁ ରେସନ ଯୋଜନାର ସୁବିଧା ପ୍ରଦାନ କରାଯିବ। ହିତାଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ବ୍ୟକ୍ତିଗତ ସୂଚନା ସମୟ ସମୟରେ ବଦଳିବାରେ ଲାଗିଥାଏ। ଏହି ପରିପ୍ରେକ୍ଷୀରେ ରେସନ କାର୍ଡରେ ଅଯୋଗ୍ୟ ହିତାଧିକାରୀ ସାମିଲ ହେବା ବିଷୟରେ ସମୟ ସମୟରେ ଅଭିଯୋଗ ମିଳିଥାଏ। ଅଯୋଗ୍ୟ ରେସନ କାର୍ଡଧାରୀଙ୍କ ପାଇଁ ଏହି ଅଭିଯାନ ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩’ ଅଧୀନରେ ଚାଲିଛି। ଅଯୋଗ୍ୟ ହିତାଧିକାରୀଙ୍କ ସ୍ଥାନରେ ଯୋଗ୍ୟ ବ୍ୟକ୍ତିଙ୍କୁ ରେସନ କାର୍ଡ ଦିଆଯିବ। ଏହିପରି ଅଭିଯାନ ଚଳାଇବାର ଉଦ୍ଦେଶ୍ୟ ହେଉଛି ହିତାଧିକାରୀ ତାଲିକାରୁ ଅଯୋଗ୍ୟ ଲୋକଙ୍କୁ ହଟାଇବା ଓ ଯୋଗ୍ୟ ବ୍ୟକ୍ତିଙ୍କୁ ସୁଯୋଗ ପ୍ରଦାନ କରିବା। ଏହା ଅଧୀନରେ ଦିଆଯାଇଥିବା ସୂଚନା ଉପରେ ଆଧାର କରି ପରିବାର ସଦସ୍ୟଙ୍କ ସଂଖ୍ୟା, ବୟସ, ବାସସ୍ଥାନ ଇତ୍ୟାଦି ବିବରଣୀ ସଂଗ୍ରହ କରି ଏକ ଡାଟାବେସ୍ ପ୍ରସ୍ତୁତ କରାଯାଏ। କାର୍ଡଧାରୀଙ୍କ ମୃତ୍ୟୁ କିମ୍ବା ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଗଲେ ହିତାଧିକାରୀ ଅଯୋଗ୍ୟ ବିବେଚିତ ହେବେ।

Hot this week

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

Related Articles

Popular Categories