www.samajalive.in
Saturday, December 13, 2025
26.1 C
Bhubaneswar

ଟ୍ରାକ୍‌ରୁ ଖସିଲା ମାଲବାହୀ ଟ୍ରେନ୍‌; ରାଉରକେଲା-ଭୁବନେଶ୍ୱର ଏକ୍ସପ୍ରେସ ରଦ୍ଦ

ସମ୍ବଲପୁର: ସର୍ଲା ୟାର୍ଡ ନିକଟରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି । ଝାରସୁଗୁଡ଼ା ପଟୁ ଆସୁଥିବା ସିମେଣ୍ଟ ବୋଝେଇ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ରେଳଧାରଣାରୁ ୪ଟି ବଗି ଖସିପଡ଼ିଥିଲା । ଯାହାଦ୍ୱାରା ଟ୍ରେନ୍‌ ଚଳାଚଳ ବ୍ୟାହାତ ହୋଇଛି । ବର୍ତ୍ତମାନ ମଧ୍ୟ ଟ୍ରାକ୍‌ ମରାମତି କାମ ଜାରି ରହିଛି । କିଛି ଟ୍ରେନର ଗତିପଥ ବଦଳାଯାଇଥିବା ବେଳେ କିପରି ଏହି ଦୁର୍ଘଟଣା ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି ।

ବର୍ତ୍ତମାନ ସୁଦ୍ଧା ରେଳଧାରଣାର କାର୍ଯ୍ୟ ଶେଷ ହୋଇନଥିବାରୁ ଆଜି ପାଇଁ ରାଉରକେଲା-ଭୁବନେଶ୍ୱର ଏକ୍ସପ୍ରେସକୁ ରଦ୍ଦ କରାଯାଇଛି । ସେହିପରି ଝାରସୁଗୁଡ଼ା- ସମ୍ବଲପୁର ପାସେଞ୍ଜରକୁ ମଧ୍ୟ ଆଜି ପାଇଁ ରଦ୍ଦ ହୋଇଛି । କିଛି ଯାତ୍ରୀବାହୀ ଟ୍ରେନର ଗତିପଥ ବଦଳାଯାଇଛି

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories