www.samajalive.in
Wednesday, December 10, 2025
14.1 C
Bhubaneswar

କର୍ଲାପାଟ ଅଞ୍ଚଳରେ ଝାଡାବାନ୍ତି ଆତଙ୍କ : ୬ ଦିନରେ ୩ ମୃତ, ଅନେକ ଆକ୍ରାନ୍ତ

କଲମପୁର : ଝାଡାବାନ୍ତି ରୋଗ ଆତଙ୍କ ଖେଳାଇଛି । ଗଡିଲାଣି ଅନେକ ମୁଣ୍ଡ । କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ପୁଣି ଝାଡାବାନ୍ତି ରୋଗର ପ୍ରକୋପ ଦେଖିବାକୁ ମିଳିଛି । ସୋମବାର ବ୍ଲକର ପାଡେପଦର ପଞ୍ଚାୟତର ଭୁତଗୁଡା ଗ୍ରାମର ଜନୈକ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ହେଲେ ଇତି ମଧ୍ୟରେ ବ୍ଲକର କର୍ଲାପାଟ ପଞ୍ଚାୟତର କୁକୁରଭୁର୍ସି ଗ୍ରାମର ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ପଞ୍ଚାୟତର ସାନ ଟିକ୍ରାଗୁଡାରେ ମଧ୍ୟ ଏଇ ୬ ଦିନ ମଧ୍ୟରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇସାରିଛି। ସାନ ଟିକ୍ରାଗୁଡାର ଏହି ୩ ମୃତକ ମାନେ ହେଲେ ସୁନ୍ଦରରାଏ ମାଝୀ(୭୨), ସୁନା ମାଝୀ(୬୦) ଏବଂ ମଙ୍ଗଲ ଦେଇ ମାଝୀ(୫୦)ବୋଲି ଜଣାପଡିଛି । ସୂଚନା ପାଇ ଡାକ୍ତର ମିଲନ ରାଉତରାୟଙ୍କ ନେତୃତ୍ୱରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ମେଡିକାଲ୍ ଟିମ୍ ସାନଟିକ୍ରାଗୁଡା ଗାଁରେ  ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଆକ୍ରାନ୍ତ ମାନଙ୍କ  ସ୍ବାସ୍ଥ୍ୟବସ୍ଥା ଦେଖି ଔଷଧ ପତ୍ର ଦେଇ ଫେରିଛନ୍ତି। ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀଙ୍କ ପରାମର୍ଶ ଅନୁସାରେ ଥୁଆମୂଳ ରାମପୁର ବ୍ଲକର ବରିଷ୍ଠ ବିଜେଡି ନେତା ମାଣିକ୍ୟ ଚନ୍ଦ୍ର ନାଏକ ପ୍ରଭାବିତ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। କେଉଁଥିପାଇଁ ଏଭଳି ସ୍ଥିତି ସୃଷ୍ଟି ହେଉଛି ପ୍ରଶାସନ ତାହାର କାରଣ ଖୋଜୁଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories