www.samajalive.in
Saturday, December 13, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବଢିବନି ରନ୍ଧନ ଗ୍ୟାସ ଦର, ତୈଳ କଂପାନୀଗୁଡିକୁ ସରକାର ଦେବେ ୨୨ ହଜାର କୋଟି ଟଙ୍କା କ୍ଷତିପୂରଣ..

କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦେବା ବିଷୟ ଆଜି ଘୋଷଣା କରିଛନ୍ତି.. କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହା ଘୋଷଣା କରିଛନ୍ତି.. ଏଥିରେ ରେଳ କର୍ମଚାରୀଙ୍କୁ ସର୍ବାଧିକ ୧୭, ୯୫୧ ଟଙ୍କା ପର୍ଯ୍ୟନ୍ତ ବୋନସ ମିଳିବ..

- Advertisement -

ଧାମନଗର ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି.. ଗତକାଲି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆଜି କଂଗ୍ରେସ ତାର ପ୍ରାର୍ଥୀ ନାମ ଘୋଷଣା କରିଛି.. କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ଧାମନଗର ପ୍ରାର୍ଥୀ ଭାବେ ଘୋଷଣା କରିଛି..

ଗୋଆରେ ନୌସେନାର ମିଗ୍‌‌ ୨୯-କେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି.. ନିୟମିତ ଉଡାଣ ବେଳେ ସମୁଦ୍ର ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏହି ଯୁଦ୍ଧ ବିମାନ.. ଯାନ୍ତ୍ରିତ ତ୍ରୁଟି କାରଣରୁ ମିଗ୍‌‌ ୨୯-କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି.. ଦୁର୍ଘଟଣା ପରେ ପାଇଲଟ ବିମାନରୁ ବାହାରିବାରେ ସକ୍ଷମ ହୋଇଥିବା କାରଣରୁ ସେ ସୁରକ୍ଷିତ ଥିବା ଜଣାପଡିଛି..

ବାତ୍ୟାକୁ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହେଲା ସୂଚନା…  ଗୁଜବ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଲା କେନ୍ଦ୍ର… କହିଲା, ବାତ୍ୟା ହେବା ନେଇ ବିଭାଗ ପକ୍ଷରୁ କରାଯାଇନାହିଁ ପୂର୍ବାନୁମାନ… ସେପଟେ ମହାବାତ୍ୟା ‘ସିତରଙ୍ଗ’ ଆସୁଥିବା ନେଇ ସୂଚନା ଦେଇଛି ଆମେରିକାର ପାଣିପାଗ ସଂସ୍ଥା…

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ଘଟଣା… ପୁଣି ମାମଲାକୁ ନେଇ ଆରମ୍ଭ ହେଲା ତନାଘନା… ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ମାଗିଲେ ଉଚ୍ଚ ଶିକ୍ଷା ପ୍ରମୁଖ ସଚିବ… ଆଜି ସୁଦ୍ଧା ତଦନ୍ତର ଅଗ୍ରଗତି ଜଣାଇବାକୁ ମାଗିଲେ ରିପୋର୍ଟ… ଉଠିପାରେ ରୁଚିକାଙ୍କ ଆତ୍ମହତ୍ୟା ଉପରୁ ପରଦା…

ଜଳେଶ୍ୱରରୁ ପୁଣି ଜବତ ହେଲା ଧଳାଜହର… ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କଲା କେନ୍ଦ୍ରାଞ୍ଚଳ ଅବକାରୀ ସ୍କ୍ୱାଡ୍‌… ମୋଟ୍‌ ୯୪୦ ଗ୍ରାମ୍‌ ଧଳାଜହର ଜବତ… ଘଟଣାରେ ୩ଜଣ ଗିରଫ… ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୯୪ ଲକ୍ଷ ଟଙ୍କା…

ଅବକାରୀ ବିଭାଗ ହାତରେ ୬୦ କ୍ୱିଣ୍ଟାଲ ଭାଙ୍ଗ… କଟକର ଟାଙ୍ଗୀ ଟୋଲଗେଟ୍‌ ନିକଟରୁ ବିପୁଳ ପରିମାଣର ଭାଙ୍ଗ ଜବତ କଲା ବିଭାଗ… କଣ୍ଟେନରରେ ବେଗୁସରାଇ ଚାଲାଣ ବେଳେ ଧରିଲେ ଅବକାରୀ ଟିମ୍‌… ଘଟଣାରେ ୨ଜଣ ଅଟକ… ଚାଲିଛି ତନାଘନା…

ପାରାଦୀପରେ ବସ୍‌ ଡ୍ରାଇଭର-କଣ୍ଡକ୍ଟରଙ୍କୁ ନିଶା ଦେଇ ଲୁଟ୍‌… ରାତିରେ କୋଲ୍ଡ ଡ୍ରିଂସରେ ନିଶା ଦେଇ ମୋବାଇଲ୍‌ ଓ ଟଙ୍କା ଲୁଟିଲେ ଲୁଟେରା… ଲୁଟ୍‌ ପଛରେ ହେଲପରର ହାତଥିବା​‌ ନେଇ ଅଭିଯୋଗ… ଘଟଣାସ୍ଥଳରୁ ଫେରାରର ମାରିଛି ହେଲପର…

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି… ବାଂଶପାଳ ବିଇଓ କାର୍ଯ୍ୟାଳୟର କିରାଣି ଗଙ୍ଗାଧର ସାହୁଙ୍କ ଘରେ ଭିଜିଲାନ୍ସର ଚଢ଼ାଉ… ଏକକାଳୀନ ୫ଟି ସ୍ଥାନ​‌ରେ ଯାଞ୍ଚ କରୁଛି ଟିମ୍‌…  ପୈତୃକ ଘର ସମେତ ଶ୍ୱଶୁର ଘରେ ବି ହେଉଛି ତନାଘନା… ଚଢ଼ାଉରେ ନିୟୋଜିତ ଅଛନ୍ତି ୩ଜଣ ଡିଏସପି, ୭ଜଣ ଇନିସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ…

ଲମ୍ବିଛି ଅର୍ଚ୍ଚାନଙ୍କ ହାତ… ଦିନକୁ ଦିନ ଖୋଲୁଛି ଲେଡି ବ୍ଲାକମେଲରଙ୍କ ଗୁମର… ଅର୍ଚ୍ଚନାଙ୍କ ସହ ପୁଣି ନେତା ଦିଲ୍ଲୀପ ରାୟଙ୍କ ଫଟୋ ଭାଇରାଲ… ଘଟଣାକୁ ନେଇ ରାଜ୍ୟରେ ଚାଲିଛି କାଦୁଅ ଫିଙ୍ଗା ରାଜନୀତି… ବିଜେପି କହିଲା ହେଉ ସିବିଆଇ ତଦନ୍ତ… ମାମଲାକୁ ଚାପିକୁ ଚାହୁଁଛିକି ପୁଲିସ…

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories